ପୁଣି ସିବିଆଇ ରିମାଣ୍ଡରେ ସୁଦୀପ ବନ୍ଦୋପାଧ୍ୟାୟ: ରୋଜଭ୍ୟାଲି ଚିଟଫଣ୍ଡ ସଂପୃକ୍ତି ନେଇ ହେବ ଅଧିକ ପଚରାଉଚରା

27

କନକ ବ୍ୟୁରୋ : ପୁଣି ୪ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ । ରୋଜଭ୍ୟାଲି ଚିଟଫଣ୍ଡ ଲିଙ୍କରେ ଗତ ୪ ତାରିଖରୁ ୬ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିବାବେଳେ ପୁଣି ୮ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । କିନ୍ତୁ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେଇଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ସୁଦୀପଙ୍କ ପତ୍ନୀ ନୈନା ବନ୍ଦୋପାଧ୍ୟାୟ । ସୁଦୀପଙ୍କୁ ଫସାଇବା ସହ ତୃଣମୂଳ କଂଗ୍ରେସକୁ ନୀଚ୍ଚା ଦେଖାଇବା ପାଇଁ ଷଡଯନ୍ତ୍ର ଚାଲିଥିବା କହିଛନ୍ତି ନୈନା । ସେପଟେ ତାଙ୍କର ଜାମିନ ଆବେଦନ ସଂପର୍କିତ କାଗଜପତ୍ର କୋର୍ଟରେ ଦାଖଲ କରିଛନ୍ତି ସୁଦୀପଙ୍କ ଓକିଲ । ପୁରା ଘଟଣାରେ ସୁଦୀପଙ୍କ କୌଣସି ଭୂମିକା ନାହିଁ ଏବଂ ତାଙ୍କୁ ଅଯଥାରେ ଫସା ଯାଉଥିବା ସେ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ : 

d