ଜୟ ଶ୍ରୀରାମ ନାରା ପରେ ମମତାଙ୍କୁ ପୁଣି ଝଟକା ! ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଯାଉଛନ୍ତି ମୁସଲିମ୍ ତୃଣମୂଳ ସାଂସଦ ନୁସରତ ଜାହାଁ । 

567

ଜୟ ଶ୍ରୀରାମ ନାରା ଓ ହିନ୍ଦୁତ୍ୱକୁ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ବିରୋଧ କରୁଥିବାବେଳେ ତାଙ୍କ ଦଳର ସାଂସଦ କିନ୍ତୁ ହିନ୍ଦୁ ଧର୍ମରେ ବିବାହ କରିବାକୁ ମନ ବଳାଇଛନ୍ତି । ତୃଣମୂଳ କଂଗ୍ରେସର ସବୁଠାରୁ ସୁନ୍ଦରୀ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ ନୁସରତ ତୁର୍କୀର ଇସ୍ତାନବୁଲ ସହରରେ ନିଜର ପ୍ରେମିକ ତଥା କୋଲକାତାର ବ୍ୟବସାୟୀ ନିଖିଳ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଜୁନ ୧୭ରେ ତାଙ୍କର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସଙ୍ଗୀତ ଉତ୍ସବ ଚାଲିଛି । ହଳଦୀ ସମୟର ଫଟୋକୁ ନୁସରତ ସୋସିଆଲ ମିଡିଆରେ ସେୟାର କରିବା ସହ ନିଜ ଭାବି ସ୍ୱାମୀଙ୍କ ଫଟୋ ମଧ୍ୟ ଛାଡିଛନ୍ତି । ଧଳା ଗଜରା, କାନରେ ସୁନା କାନଫୁଲ ସହ ମଥାରେ ବିନ୍ଦି ଲାଗାଇ ଖୁବ୍ ସୁନ୍ଦରୀ ଦିଶୁଛନ୍ତି ନୁସରତ ।

ସାଂସଦ ହେବାପରେ ନୁସରତ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା । ବଙ୍ଗଳା ସିନେମା ଜଗତରେ ନୁସରତ ଜଣେ ଆଗଧାଡିର ନାୟିକା ହୋଇଥିବାବେଳେ ଚଳିତ ଥର ବସିରହାଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ଟିକଟରେ ଲଢ଼ି ବିଜୟୀ ହୋଇଥିଲେ । ମିସ କୋଲକାତା ପୁରସ୍କାର ପାଇଥିବା ନୁସରତଙ୍କୁ ତାଙ୍କ ବିବାହ ପାଇଁ ଢେର ଶୁଭେଚ୍ଛା ।