ବାବୁଲ ସୁପ୍ରିୟୋଙ୍କ ବିରୋଧରେ ବିଦ୍ରୋହ ! ଆପାର୍ଟମେଂଟକୁ ଧସେଇ ପଶିବାକୁ ଟିଏମସି କର୍ମୀଙ୍କ ଉଦ୍ୟମ

35

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଘର ଆଗରେ ଟିଏମସି କର୍ମୀଙ୍କ ହଙ୍ଗାମା । କୋଲକାତା କୈଳାସ ବୋଷ ମାର୍ଗରେ ଥିବା ବାବୁଲଙ୍କ ଆପାର୍ଟମେଂଟକୁ ଧଶେଇ ପସିିବାକୁ ଉଦ୍ୟମ କରିଛନ୍ତି ତୃଣମୂଳ କଂଗ୍ରେସ କର୍ମୀ । ଏପରିକି ଗେଟକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବାର ଭିଜୁଆଲକୁ ନିଜ ଟ୍ୱିଟର ଆକାଉଂଟରେ ପୋଷ୍ଟ କରିଛନ୍ତି ବାବୁଲ ସୁପ୍ରିୟୋ ।

ବିଶେଷ କରି ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଟିଏମସିର ଦୁଇ ସାଂସଦ ତାପସ ପାଲ ଓ ସୁଦୀପ ବନ୍ଦୋପାଧ୍ୟାୟ ଗିରଫ ହେବା ପରେ ବିଜେପି ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛି ଟିଏମସି ।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିବିଆଇକୁ ଟିଏମସି ବିରୋଧରେ ବ୍ୟବହାର କରୁଥିବା ଦଳ ଅଭିଯୋଗ କରୁଛି । ସେପଟେ ଚିଟଫଣ୍ଡ ମାମଲାରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସଂପୃକ୍ତ ବୋଲି ଭୁବନେଶ୍ୱରରେ ଖୁଲାସା କରିଥିଲେ ତାପସ ପାଲ । ଏପରିକି ତାଙ୍କୁ ବାବୁଲ ହିଁ ଚିଟଫଣ୍ଡ ଦୁର୍ନୀତିରେ ଫସାଇ ଦେଇଥିବା ସଂଗୀନ ଅଭିଯୋଗ ଆଣିଥିଲେ ।

ଏହାପରେ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଟିଏମସି କର୍ମୀ । ଏପଟେ ଟିଏମସି କର୍ମୀଙ୍କ ଗୁଣ୍ଡାଗିରି ସତ୍ୱେ ମମତାଙ୍କ ନିର୍ଦ୍ଦେଶରେ ପୁଲିସ ସେମାନଙ୍କୁ ଗିରଫ କରୁନ’ଥିବା ଅଭିଯୋଗ ଆଣିଛନ୍ତି ବାବୁଲ ସୁପ୍ରିୟୋ ।