କେମିତି ଟିଟୋ ବନିଥିଲା ଅପରାଧ ଜଗତର ବେତାଜ୍ ବାଦଶାହା । ପଢନ୍ତୁ ଟିଟୋ କଳାସାମ୍ରାଜ୍ୟର ଟିକିନିକି ଖବର ।

26

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟା ପରେ କେନ୍ଦ୍ରାପଡ଼ାରୁ କଟକ ଯାଏ ଚାଲୁଥିଲା ଟିଟୋର ଦବଦବା । ଉଭୟ ସୁଲେମାନ ଓ ହାଇଦରର ଗ୍ୟାଙ୍ଗର କେତେକ ସଦସ୍ୟଙ୍କୁ ନିଜ ଦଳରେ ମିଶାଇ ନେଇ ଟିଟୋ ବନିଯାଏ ଅପରାଧ ଜଗତର ବାଦଶାହା । ତେବେ ଯେଉଁମାନେ ତା’ ରାସ୍ତାରେ କଂଟା ହେଉଥିଲେ, ସେମାନଙ୍କୁ ସଫା କରି ଦେଉଥିଲା ଗ୍ୟାଙ୍ଗଷ୍ଟର । ଅଭିଯୋଗ ହୁଏ ସୁଲେମାନ ଗ୍ୟାଙ୍ଗର ଅଧିକାଂଶ ସଦସ୍ୟକୁ ହତ୍ୟା କରିଥିଲା ଟିଟୋ ।

ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟା ପରେ କେନ୍ଦ୍ରାପଡ଼ାରୁ କଟକ ଯାଏ ଚାଲୁଥିଲା ଟିଟୋର ଦବଦବା । ଉଭୟ ସୁଲେମାନ ଓ ହାଇଦରର ଗ୍ୟାଙ୍ଗର କେତେକ ସଦସ୍ୟଙ୍କୁ ନିଜ ଦଳରେ ମିଶାଇ ନେଇ ଟିଟୋ ବନିଯାଏ ଅପରାଧ ଜଗତର ବାଦଶାହା । ତେବେ ଯେଉଁମାନେ ତା’ ରାସ୍ତାରେ କଂଟା ହେଉଥିଲେ, ସେମାନଙ୍କୁ ସଫା କରି ଦେଉଥିଲା ଗ୍ୟାଙ୍ଗଷ୍ଟର । ଅଭିଯୋଗ ହୁଏ ସୁଲେମାନ ଗ୍ୟାଙ୍ଗର ଅଧିକାଂଶ ସଦସ୍ୟକୁ ହତ୍ୟା କରିଥିଲା ଟିଟୋ । ୨୦୧୬ରେ ସୁଲେମାନର ପ୍ରମୁଖ ସହଯୋଗୀ ଟୁଟୁ ନାୟକଙ୍କ ମୃତଦେହ ଆଠଗଡ଼ ଅଂଚଳରୁ ମିଳିଥିଲା । ଟିଟୋ ଗିରଫ ହେବା ପରେ ଟୁଟୁ ନାୟକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି, ଦୁଇ ବର୍ଷ ତଳୁ ଏ ନେଇ ସେ ଏତଲା ଦେଇଥିଲେ ବି ଅପରାଧୀର ଟେର୍ ପାଉନି ପୋଲିସ ।

କ୍ରାଇମ ମାଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟ ବେଶ୍ ଲମ୍ବା । ରାଜ୍ୟ ଓ ରାଜ୍ୟ ବାହାରେ ଲମ୍ବିଛି ତା’ର ନେଟୱର୍କ । ବର୍ଷ ବର୍ଷ ଧରି ଫେରାର୍ ଥିବା ଟିଟୋ, ପୋଲିସ କବଜାକୁ ଆସିବା ପରେ ଧୀରେ ଧୀରେ ଖୋଲୁଛି ଗ୍ୟାଙ୍ଗଷ୍ଟରର ପାପ ପୃଷ୍ଠା । ସୁଲେମାନର ହତ୍ୟା ଓ ହାଇଦରକୁ ଜେଲ ହେବା ପରେ କେନ୍ଦ୍ରାପଡ଼ାର ଅପରାଧ ଦୁନିଆରେ କେବଳ ଚାଲେ ଟିଟୋର ହାକିମାତି । ଯେଉଁ ବିରୋଧୀ ଗ୍ୟାଙ୍ଗ୍ ସଦସ୍ୟମାନେ ଟିଟୋର କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି, ସେମାନଙ୍କୁ ହଟାଇଦିଏ ରାସ୍ତାରୁ ।

୨୦୦୯ରେ ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟା ପରେ ତା’ର ଦୁଇ ମୁଖ୍ୟ ସହଯୋଗୀ ବିଭାସ ମହାନ୍ତି ଓ ପବିତ୍ର ନାୟକ ଓରଫ ଟୁଟୁ ହାତରେ ଥାଏ ସୁଲେମାନର କଳା କାରବାର । ପ୍ରଥମେ ହୁଏ ବିଭାସ ମହାନ୍ତିକୁ ହତ୍ୟା, ଆଉ ଅଭିଯୋଗ ହୁଏ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଟିଟୋ । ଟିଟୋ ନାଁରେ ମାମଲା ଚାଲେ, ହେଲେ ନିର୍ଦ୍ଦୋଷରେ ହୁଏ ଖଲାସ । ତେବେ ଟୁଟୁ ନାୟକ ନିଜ ଗ୍ୟାଙ୍ଗ ଗଢି ମାର୍ଶାଘାଇରୁ କେନ୍ଦ୍ରାପଡ଼ା ଯାଏଁ ଚଳାଏ ନେଟୱର୍କ । ସେପଟେ ବିଭାସ ମହାନ୍ତି ହତ୍ୟାକାଣ୍ଡରେ ବି ସାକ୍ଷୀ ଥାଏ ଟୁଟୁ । ତେଣୁ ଗ୍ୟାଙ୍ଗଷ୍ଟରର କୋପଦୃଷ୍ଟି ତା’ ଉପରେ ପଡ଼େ । ଆଉ ଆଠଗଡ଼ ଅଂଚଳରୁ ଉଦ୍ଧାର ହୁଏ ତା’ର ଗୁଳିବିଦ୍ଧ ଶରୀର । ଦୁଇ ବର୍ଷ ତଳେ ଟୁଟୁର ପତ୍ନୀ ଏ ନେଇ ଆଠଗଡ଼ ଥାନାରେ ଏତଲା ଦେଇଥିଲେ ବି ହତ୍ୟାକାରୀଙ୍କ ଟେର ପାଇନାହିଁ ପୋଲିସ । କ୍ରାଇମବ୍ରାଂଚର ଏସଟିଏଫ୍ ଟିଟୋକୁ ଗିରଫ କରିବା ପରେ ଏବେ ମୁହଁ ଖୋଲିଛନ୍ତି ଟୁଟୁର ପତ୍ନୀ । ତେବେ କୁହାଯାଉଛି, ସୁଲେମାନ ଗ୍ୟାଙ୍ଗର ଅଧିକାଂଶ ସଦସ୍ୟକୁ ହତ୍ୟା କରାଯାଇଥିଲେ ବି କୌଣସି ମାମଲାରେ ଧରାପଡି ନାହାନ୍ତି ଅଭିଯୁକ୍ତ ।