କେନ୍ଦ୍ରାପଡାରେ ରହିଛି ଗ୍ୟାଙ୍ଗଷ୍ଟର ଟିଟୋର ମଠ : ଲେଖାଯାଇଛି ମଠ ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ନିଷେଦ୍ଧ

84

କନକ ବ୍ୟୁରୋ : ବାବାଙ୍କର ମଠ ଥିବା କଥା ଆପଣ ଶୁଣିଥିବେ କିନ୍ତୁ ଗ୍ୟାଙ୍ଗଷ୍ଟରର ବି ମଠ ତାଏ ବୋଲି କେବେ ଶୁଣିଛନ୍ତି କି ? କେନ୍ଦ୍ରାପଡାରେ ରହିଛି ଗ୍ୟାଙ୍ଗଷ୍ଟର ଟିଟୋର ମଠ । ଦିଲ୍ଲାରପୁରରେ ଥିବା ଟିଟୋର ବାସଭବନରୁ ୫୦ ଫୁଟ ଦୂରରେ ରହିଛି ଏହି ମଠ । କ୍ରାଇମବ୍ରାଂଚ ଓ ପୁଲିସର ଚଢାଉ ବେଳେ ଗ୍ୟାଙ୍ଗଷ୍ଟରର ଏହି ମଠ ସାମନାକୁ ଆସିଛି । ମଠରେ ଭିତରକୁ ମହିଳା ଓ ମଦୁଆଙ୍କ ପ୍ରବେଶ ନିଷେଧ ବୋଲି ଲେଖାଯାଇଛି । ଏହି ମଠରେ ଚାଲୁଥିଲା ସମସ୍ତ ପ୍ରକାରର ଡିଲ । ଏପରିକି ଯେଉଁମାନେ ଟିଟୋକୁ ଭେଟିବାକୁ ଚାହୁଁଥିଲେ ସେମାନେ ଏହି ମଠକୁ ଯାଇ ସାକ୍ଷାତ କରୁଥିଲେ । ମଠକୁ ଭିତରକୁ ପ୍ରବେଶ କଲାବେଳେ ମୁଖ୍ୟ ଫାଟକ ନିକଟରେ ଗ୍ୟାଙ୍ଗଷ୍ଟରର ଜଣେ ବିଶ୍ୱସ୍ତ ଲୋକ ରହୁଥିଲେ । ଭେଟିବାକୁ ଆସିଥିବା ଲୋକର ପରିଚୟ ପତ୍ର ଯାଂଚ ସହ ସମସ୍ତର ପ୍ରକାର ତଥ୍ୟ ନେବା ପରେ ତାଙ୍କୁ ଭିତରକୁ ଛଡାଯାଉଥିଲା ।

ସୂଚନାଯୋଗ୍ୟ କେନ୍ଦ୍ରାପଡା ଦିଲ୍ଲାରପୁର ବାସଭବନରେ କ୍ରାଇମବ୍ରାଂଚ ଓ ପୁଲିସର ମିିଳିତ ଚଢାଉ କରିଛି । ଘଟଣା ସ୍ଥଳରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟିଟୋର ଭାଇଙ୍କ ଘର, ସଂପର୍କୀୟଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ପଟ୍ରୋଲ ପମ୍ପରେ ଚଢାଉ କରାଯାଇଛି । ଜୁନ ୩୦ରେ ଟିଟୋକୁ ଏନକାଉଂଟର କରିଥିଲା ଏସଟିଏଫ । ଯାଜପୁର ଚଣ୍ଡିଖୋଲ ନିକଟରେ ଏକନକାଉଂଟର କରାଯାଇଥିଲା । ଟିଟୋ ନାଁରେ ହତ୍ୟା, ଦାଦାବଟି, ଅପହରଣ ତଥା ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ ମାମଲା ରହିଛି । ୬ ବର୍ଷର ଲୁଚକାଳି ଖେଳ ପରେ ଶେଷରେ ଚଣ୍ଡିଖୋଲ ନିକଟରେ ପୋଲିସ କବ୍ଜାରେ ପଡିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ଏବେ ରିମାଣ୍ଡରେ ଅଛି ଟିଟୋ ।