ପୁଣି ୪ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟାର ଟିଟୋ ! ବାଲିଘାଟର ଗୁମର ଓଗାଳିବ ପୋଲିସ୍ ,କୁଳକିନାରା ପାଉନି ତଦନ୍ତକାରୀ ଟିମ୍ ।

31

କନକ ବ୍ୟୁରୋ : ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ଆଜି ପୁଣି ଥରେ ୪ ଦିନିଆ ରିମାଣ୍ଡରେ ନେବ ସ୍ପେଶାଲ ଟାସ୍କଫୋର୍ସ । ଜେରାବେଳେ ଟିଟୋର ରାଜ ନେଇ ଅଧିକ ଗୁମର ଖୋଲିବ । ବିଶେଷକରି ବାଲିଘାଟ ନେଇ ଟିଟୋକୁ ଅଧିକ ପଚରାଉଚରା କରିବା ସମ୍ଭାବନା ରହିଛି । ରିମାଣ୍ଡ ଅବଧି ପରେ ୩ ତାରିଖରେ ଟିଟୋକୁ ରାଜନଗର କୋର୍ଟରେ ହାଜର କରାଯିବ । କୁହାଯାଉଛି, କେନ୍ଦ୍ରାପଡା ଜିଲ୍ଲାର ସବୁତକ ବାଲିଘାଟ ଟିଟୋ ଅଧୀନରେ ଚାଲିଥିଲା ।

ଏଥିପାଇଁ ସରକାରଙ୍କୁ କୋଟି କୋଟି ରାଜସ୍ୱହାନି ହେଉଥିଲା । ଜିଲ୍ଲାରେ ୨୬ଟି ବାଲି ଘାଟ ରହିଛି । ଏହିସବୁ ବାଲିଘାଟରେ ବାଲି ଦର ନିର୍ଧାରଣ ବି ପ୍ରଶାସନର ନିୟନ୍ତ୍ରଣ ବାହାରେ ଥିଲା । ପ୍ରଶାସନ କେବଳ ନାମକୁ ମାତ୍ର ଏକ ନୋଟିସ ଝୁଲାଇ ଯାଉଥିଲା । ଟିଟୋର ଉପସ୍ଥିତି ଯୋଗୁଁ ଟେଣ୍ଡରରେ କେହି ଭାଗନେବାକୁ ସାହସ କରୁନଥିଲେ । ତେବେ କେତେ ପରିମାଣର ବାଲି ନିଲାମ ହୋଇଛି ଓ କେତେ ବାଲି ଉଠାଯାଉଛି ତାହା କୌଣସି ରେକର୍ଡପତ୍ର ପାଉନାହିଁ । ତେବେ ଏହି ଜେରାବେଳେ ବାଲିଘାଟ ଲିଜ ସମ୍ପର୍କରେ ତଥ୍ୟ ହାସଲ ଲକ୍ଷ୍ୟରେ ରହିଛି ଭିଜିଲାନ୍ସ ।