ବଡଚଣା ବିଧାୟକଙ୍କର ଟିଟୋ ଲିଙ୍କ ନେଇ କଂଗ୍ରେସର ପ୍ରତିବାଦ : ଚଣ୍ଡିଖୋଲରେ ଧାରଣା ଦେଲେ କଂଗ୍ରେସ ନେତା

25

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ କଂଗ୍ରେସର ଗର୍ଜନ । ଟିଟୋର ପଲିଟାକାଲ୍ ଲିଙ୍କ୍ ଅଭିଯୋଗରେ ଯାଜପୁର ଚଣ୍ଡିଖୋଲ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛି ବଡଚଣା ବ୍ଲକ କଂଗ୍ରେସ କମିଟି । ମାଫିଆ ଡନ୍ର ରାଜନୈତିକ ପୃଷ୍ଠପୋଷକକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କଂଗ୍ରେସ କର୍ମୀ ଦାବି କରିଛନ୍ତି । ଏହାସହ ସିବିଆଇ ତଦନ୍ତ ଦାବିରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଏଥିପାଇଁ ଆଜି ସକାଳ ୧୦ଟାରେ ଚଣ୍ଡିଖୋଲ ଛକରେ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ । ଏହାପରେ ଏକ ବାଇକ୍ ଶୋଭାଯାତ୍ରା କରାଯାଇଥିଲା । ତେବେ ଶୋଭାଯାତ୍ରା ଲାଗି କିଛି ସମୟ ଟ୍ରାଫିକ ବ୍ୟବସ୍ଥା ଅଚଳ ହୋଇ ପଡିଥିଲା । ସେପଟେ ଟିଟୋ ଟେଣ୍ଡର ଫିକ୍ସିଂ ଘଟଣାରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଦୁଇ ଜଣ ଯନ୍ତ୍ରୀଙ୍କୁ ଜେରା କରିଛି। ସ୍ଥାନୀୟ ଏସଡିପିଓ କାର୍ଯ୍ୟାଳୟରେ ଏସଟିଏଫ ଦୁଇ ଜଣିଆ ଟିମ୍ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଓ ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦୁଇଟି ପର୍ଯ୍ୟାୟରେ ଦୁଇ ଘଣ୍ଟା ଜେରା କରିଛନ୍ତି। ଏସଟିଏଫ ଟିମ୍ କେନ୍ଦ୍ରାପଡ଼ାରେ ଡେରା ପକାଇ ବିଭିନ୍ନ ସରକାରୀ ଅଧିକାରୀ ଓ ଠିକାଦାରଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଡିଏସପି ବିଳାସିନୀ ନାୟକ ଓ ଇନ୍ସପେକ୍ଟର ସାବିତ୍ରୀ ଆଚାର୍ଯ୍ୟ ଦୁଇଜଣ ନିର୍ବାହୀଯନ୍ତ୍ରୀ ଓ ପୁରୁଷୋତ୍ତମପୁରର ଠିକାଦାର ରଂଜନ କୁମାର ସାମଲଙ୍କୁ ଜେରା କରାଯାଇଛି ।

 

ପୂର୍ବରୁ ଗ୍ୟାଙ୍ଗଷ୍ଟର ଟିଟୋ ଇସାରାରେ ନିର୍ବାହୀ ଯନ୍ତ୍ରୀମାନେ କୋଟି କୋଟି ଟଙ୍କାର ଠିକା କାମକୁ କିପରି ନିର୍ଦିଷ୍ଟ ଠିକାଦାରଙ୍କୁ ବାଣ୍ଟିଥିଲେ ସେ ସମ୍ପର୍କରେ ଏସଟିଏଫ ଖୋଳତାଡ଼ କରୁଛି । ଖୁବଶୀଘ୍ର ୧୦ ଜଣ ଠିକାଦାରଙ୍କୁ ବିଭିନ୍ନ କାମ ସଂପର୍କରେ ଜେରା କରାଯିବ ବୋଲି ସୂଚନା ମିଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗରେ କେଉଁ କେଉଁ କାମରେ ଟେଣ୍ଡର ଫିକ୍ସିଂ ହୋଇଥିଲା ଓ କେଉଁ କାମ କେତେ ଅଧିକ ମୂଲ୍ୟରେ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା