ଟିଟୋ ମାମଲାରେ ଇଣ୍ଡିୟାନ କର୍ପୋରେସନର ଅଫିସରଙ୍କୁ ଏସଟିଏଫର ପଚରାଉଚରା : ଏପଟେ ଟିଟୋର ଅନ୍ୟ ଦୁଇ ସହେଯାଗୀ ଗିରଫ ।

31

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ପୋଲିସଠାରୁ ଭିଜିଲାନ୍ସ ତଦନ୍ତ କଲାପରେ ପ୍ରତ୍ୟେକ ଦିନ ତାହାର କଳକାରନାମାର ଗିମର ଖୋଲିବାରେ ଲାଗିଛି । ତେବେ କ୍ରାଇମବ୍ରାଞ୍ଚ ଏସଟିଏଫ ଗ୍ୟାଙ୍ଗଷ୍ଟର ଟିଟୋକୁ ଚତୁର୍ଥ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ପଚରା ଉଚରା ଜାରି ରଖିଥିବା ବେଳେ ଆଜି ତାର ଅପରାଧ ସାମ୍ରାଜ୍ୟର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ବୋଲି ଜଣାପଡିଛି । ସେମାନେ ହେଲେ, ଟିଟୋର ପୁତୁରା ବବ୍ଲୁ ଓରଫ୍ ସୟଦ ଇମାନ ଅଲ୍ଲୀ ଓ ମାଛୁ ଓରଫ ସେକ୍ ଅବଦୁଲ କାଦିର । ଉଭୟଙ୍କୁ ଗିରଫ କରାଯିବାପରେ ଆଜି କୋର୍ଟଚାଲାଣ କରାଯାଇଛି। ମାଛୁ ଓ ବବ୍ଲୁ ନାଁରେ ଏକାଧିକ ଆପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ଏହାସହ କେନ୍ଦ୍ରାପଡ଼ା ବଜାର ଉପରେ ମାଛୁର ଏକ ଔଷଧ ଦୋକାନ ରହିଛି। ସେ ନାମକୁ ମାତ୍ର ଔଷଧ ଦୋକାନ ଚଳାଉଥିବା ବେଳେ ବିଭିନ୍ନ ସମୟରେ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ନେଇ ଏସଟିଏଫ ଜାଣିବାକୁ ପାଇଛି। ସେହିପରି ପୁତୁରା ବବ୍ଲୁ ଟିଟୋର ଅପରାଧ ସାମ୍ରାଜ୍ୟ ବ୍ୟତୀତ ଆର୍ଥିକ ସାମ୍ରାଜ୍ୟ ମଧ୍ୟ ବୁଝାବୁଝି କରୁଥିଲା। । ତେବେ କେଉଂ ପରିସ୍ଥିତିରେ ଅପରାଧିକ ବ୍ୟକ୍ତିଙ୍କୁ ପେଟ୍ରୋଲ ପମ୍ପ ଦିଆଗଲା ତାହାର ମଧ୍ୟ ଖୋଲତାଡ ଆରମ୍ଭ ହୋଇଥିବା ଜଣାପଡିଛି । ପରେ କିଭଳି ଟିଟୋ ଓ ତାଙ୍କ ପତ୍ନୀଙ୍କୁ ପେଟ୍ରୋଲ ପମ୍ପ ଲାଇସେନ୍ସ ଓ ଜମି ଲିଜ୍ ମିଳିଲା ସେ ନେଇ ପଚରା ଉଚରା କରାଯାଇଛି। ଟିଟୋକୁ କିଏ ଓ କିଭଳି ଅନୁକମ୍ପା ଦେଖାଇଛନ୍ତି, ସେନେଇ ଏସଟିଏଫ ସେମାନଙ୍କଠାରୁ ଉତ୍ତର ଜାଣିବାକୁ ଚାହିଛି। ତେବେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ୫ ଜଣିଆ ଟିମ୍ ଏହାକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ପାରଦ୍ୱୀପ, ରାଞ୍ଚି ଓ ରାୟପୁର ମଧ୍ୟରେ ଯେଉଁ ଗ୍ୟାସ୍ ପାଇପ ଲାଇନ ବିଛାଇବା କାର୍ଯ୍ୟ ଚାଲିଛି, ତାହା କିଛି ଅପରାଧୀଙ୍କ ଦ୍ୱାରା ବାଧାପ୍ରାପ୍ତ ହେଉଛି । ଏହାସହ ଟିଟୋର ଲୋକମାନେ ବିଭି୍ନ୍ନ ସମୟରେ ସେଠାରେ ଗଣ୍ଡାଗୋଳ କରନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବରୁ ଚିଟୋର ଏକ ସୈାକିନ କାର ଯାଜପୁର ଜିଲ୍ଲା ପାଣିକୋଇଲିଠାରୁ ପୋଲିସ ଜବତ କରିସାରିଛିୁ । ତେଣୁ ଟିଟୋର ସମସ୍ତ ପ୍ରକାରର କଳାକାରଣାମାକୁ ପୋଲିସ ଖୋଳତାଡ କରୁଥିବା ଜଣାପଡିଛି । ଖୁବଶୀଘ୍ର ତାହାର ସମସ୍ତ କାରବାରର ପର୍ଦ୍ଦାଫାସ ହେବ ବୋଲି ପୋଲିସ ବିବାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।