ଟିଟୋ ମାମଲାରେ ତଦନ୍ତକାରୀ ସଂସ୍ଥା ଏସଟିଏଫର ଯାଜପୁରର ଦର୍ପଣ ତହସିଲରେ ଚଢଉ : ମିଳିଛି ଅନେକ ଜରୁରୀ ତଥ୍ୟ !

31

କନକ ବ୍ୟୁରୋ : ଅପରାଧିକ ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋର ଗୋଟିଏ ପରେ ଗୋଟିଏ କଳା କାରନାମାର ପର୍ଦ୍ଦାଫାସ କରିଛି ସ୍ପେଶାଲ ତଦନ୍ତକାରୀ ସଂସ୍ଥା ଏସଟିଏଫ । କେନ୍ଦ୍ରାପଡା ଠାରୁ ଆରମ୍ଭ କରି ଯାଜପୁର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଚଢଉ କରି ଗୋଟିଏ ପରେ ଗୋଟିଏ ଗୁମର ଫିଟାଇବାରେ ଲାଗିଛି ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ ଟିଟୋ ଓରଫ୍ ସୟଦ ଉସ୍ମାନ ଅଲ୍ଲୀ ଲିଙ୍କରେ ଆଜି କେନ୍ଦ୍ରାପଡ଼ା ଓ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। କେନ୍ଦ୍ରାପଡ଼ାର ପୌର କାର୍ଯ୍ୟ।ଳୟ ଓ ମହାକାଳପଡ଼ା ତହସିଲରେ ଭିଜିଲାନ୍ସ  ଛାନଭିନ କରିଥିବା ବେଳେ ଯାଜପୁରର ଦର୍ପଣ ତହସିଲରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଭିଜିଲାନ୍ସକୁ କିଛି ତଥ୍ୟ ମିଳିଛି। ତହସିଲ ଜମି ଲିଜ୍ ଦେବାର ଅଧିକାରୀ ହୋଇଥିବା ବେଳେ କେନ୍ଦ୍ରାପଡ଼ା ପୌର ପରିଷଦ କେଉଁ ଅଧିକାରରେ ଲିଜ୍ ଦେଇଥିଲା, ତାହାର ଖୋଳତାଡ଼ କରିଥଲେ। ବାଲିଘାଟ ନିଲାମ ପ୍ରସଙ୍ଗରେ ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ାର ମହାକାଳପଡ଼ା ଏବଂ ଯାଜପୂରର ଦର୍ପଣ ତହସିଲରେ ଖୋଳତାଡ଼ କରିଥିଲେ।

ମୋରମ୍ ଓ ବାଲିଘାଟ ପାଇଁ ମହାକାଳପଡ଼ାରେ କେଉଁ ପ୍ରକ୍ରିୟାରେ କେତେ ଟଙ୍କାର ଲିଜ୍ ଦିଆଯାଇଥିଲା, ତାହାର ଖୋଳତାଡ଼ କରିଥିଲା। ସେହିଭଳି, ଦର୍ପଣ ତହସିଲରେ ଟିଟୋର ସହଯୋଗୀଙ୍କ ନାମରେ କେତୋଟି ବାଲିଘାଟ ଓ ମୋରମ୍ ଖାଦାନ ରହିଛି, ସେ ସଂପର୍କିତ ଫାଇଲ୍ ସବୁ ଯାଞ୍ଚ କରିଥିଲେ। ବେନଜୀର୍ ବିବିଙ୍କ ନାମରେ ଥିବା ପେଟ୍ରୋଲ ପମ୍ପ୍ ଜମିର ମଧ୍ୟ ଆଜି ମାପଚୁପ୍ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ମ୍ୟୁନିସପାଲିଟି ଅଫିସ୍ରେ ପହଁଚି ପେଟ୍ରୋଲ ପମ୍ପ୍ ପାଇଁ ଦିଆଯାଇଥିବା ‘ ନୋ ଅବଜେକସନ୍’ ସାର୍ଟିଫିକେଟ୍ ସଂପର୍କରେ ଯାଞ୍ଚ କରିଥିଲେ। ଟିଟୋର ଅପରାଧିକ ରେକର୍ଡ କାହାରିକୁ ଅଛପା ନଥିବା ବେଳେ କିଭଳି ଏହି ‘ ନୋ ଅବଜେକ୍ସନ୍’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା, ସେ ବିଷୟରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ତେବେ ସାରା ରାଜ୍ୟରେ ୫୦ ରୁ ଅଧିକ ଅଧିକାରୀ ଟିଟୋ ସହ ସମ୍ପର୍କରେ ଥିବା ପୋଲିସ ବା ଏସଟିଏଫ ଜାଣିବାକୁ ପାଇଥିଲା । ସମସ୍ତ ଘଟଣାର ତଦନ୍ତ ସଠିକ ଭାବରେ ପରିଚାଳନା କରିବା ପାଇଁ ପୋଲିସ ପରେ ଏବେ ଭିଜିଲାନ୍ସ ତଦନ୍ତ ପ୍ରକ୍ରୟାକୁ ତ୍ୱରାନ୍ୱତ କରିଛି ।