ତିତଲି ବର୍ଷା ହେଲା କାଳ, କଟକ କଣ୍ଟାପଡ଼ାରେ ବୁଡି ରହିଛି ପରିବା ଚାଷ ! ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

31

କନକ ବ୍ୟୁରୋ : ବୁଡାଇଦେଲା ତିତଲି । ତତିଲ ପରବର୍ତ୍ତୀ ଲଗାଣ ବର୍ଷା ଏବେ ଚାଷୀଙ୍କ ବଢାଇଦେଇଛନ୍ତି ଚିନ୍ତା । କଟକ ଜିଲ୍ଲା କଂଟାପଡା ବ୍ଲକରେ ଲଗାଣ ବର୍ଷ ହୋଇଛି । ଆଉ ପ୍ରବଳ ବର୍ଷାରେ କ୍ଷତି ହୋଇଛି ପନିପରିବା ଚାଷ । ଏକର ଏକର ଚାଷ ଜମିରେ ପାଣି ଜମି ରହି ପନିପରିବା ଚାଷ ନଷ୍ଟ ହୋଇଛି । ପାଣିରେ ବୁଡି ରହିଛି ପନିପରିବା । ସବୁଠାରୁ ବଡ କଥା ହେଲା, ତେଲିଜୋରୀ ନଦୀର ବିଭିନ୍ନ ପୋଲ ନିକଟରେ ପାଣି ଜମି ରହିଥିବାରୁ ନିଷ୍କାସନ ହୋଇପାରୁନାହିଁ । ମୁଖ୍ୟତଃ ଗୋବିନ୍ଦପୁର, ନୂଆଗାଁ, ନାହାଳପୁର, ହରିଅନ୍ତ, ଝାରପଡା ଅଂଚଳରେ ପନିପରିବା ଚାଷୀଙ୍କ ଅନେକ କ୍ଷୟକ୍ଷତି ହୋଇଛି । ପରିସ୍ଥିତି ବୁଲି ଦେଖିଛନ୍ତି କୃଷି ଅଧିକାରୀ ।

Kantapda farmer problem

ସେପଟେ ଗଞ୍ଜାମ, ଗଜପତି ସମେତ ରାୟଗଡା ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ରିପୋର୍ଟ ମିଳିବା ଆଶା କରାଯାଉଛି । ଏହାକୁ ଆକଳନ କରିବା ପରେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯିବ । ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷକରି ଗଜପତି, ଗଞ୍ଜାମ ଓ ରାୟଗଡାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେଣୁ ଏହି ଜିଲ୍ଲାର ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ତିତଲି ପ୍ରଭାବରେ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା ।