ତିତଲି ପାଇଁ ପୁରୀ ସମୁଦ୍ର ଅଶାନ୍ତ ! ଭୟଙ୍କର ଗର୍ଜନ କରିବା ସହ ଉଠୁଛି ବିଶାଳ ଜୁଆର

37

କନକ ବ୍ୟୁରୋ : ବାତ୍ୟା ତିତଲିକୁ ନେଇ ପୁରୀବାସୀ ଭୟଭୀତ । ସମୁଦ୍ର କୂଳିଆ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାରବରଣ ଅଧିକ ରହିଛି । ଉଠାଦୋକନୀ ଦୋକାନ ଖୋଲିବା ପାଇଁ ଭୟ କରୁଛନ୍ତି । ଅଧିକ ସମୟ ଯେତିକି ଗଡ଼ି ଚାଲିଛି, ଉଚ୍ଚ ଢ଼େଇ ଆସୁଛି । ମୋଟାମୋଟି କହିବାକୁ ଗଲେ ୩ ରୁ ୪ ଫୁଟ ଉଚ୍ଚାତାରେ ଢ଼େଉ ଆସୁଛି । ପ୍ରାୟ ୧୫ ଫୁଟ ଉଚ୍ଚତାର ଘାଇ ଖାଇଯାଇଛି ।ତେବେ ଫାଇଲିନ୍ ହୁଡ଼ହୁଡ଼ ତୁଳନାରେ ଏହାର ପ୍ରଭାବ ଟିକିଏ କମ୍ ଅଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସମୁଦ୍ର ସମ୍ପୂର୍ଣ୍ଣ ଭାବେ ଅଶାନ୍ତ ହୋଇ ଉଠିଛି । ସମୁଦ୍ରରେ ବିଶାଳ ଢ଼େଉ ଉଠୁଛି, ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି ।

ପୁରୀକୁ ଦେଶବିଦେଶର ପର୍ଯ୍ୟଟକ ଆସୁଥିବାରୁ ସମୁଦ୍ରରେ ଗାଧେଇବା ବାରଣ କରାଯିବା ସହିତ ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଛି । ତିତଲି ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ସମୁଦ୍ର କୂଳରେ ଥିବା ସମସ୍ତ ବସ୍ତିବାସ୍ତିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଆରମ୍ଭ କରିଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ରେ ପେଣ୍ଠକଟା ଓ ବଳିଆପଣ୍ଡା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସନ୍ଧ୍ୟା ପରେ ତିତଲି ପ୍ରଭାବ ଅଧିକ ହେବାର ସମ୍ଭାବନା ଥିବା ହେତୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ଜରୁରୀ ଔଷଧ ଆଣି ଘରେ ରଖବାକୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୂଚନା ଦିଆଯାଇଛି ।