ବାତ୍ୟା ପରେ ମହେନ୍ଦ୍ରତନୟାରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ : ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥତି

ତ୍ୟା ତିତଲି ପ୍ରଭାବରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଜିଲ୍ଲା ହେଉଛି ଗଜପତି ଓ ଗଜାଂମ

83

କନକ ବ୍ୟୁରୋ : ବାତ୍ୟା ତିତଲି ପ୍ରଭାବରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଜିଲ୍ଲା ହେଉଛି ଗଜପତି ଓ ଗଜାଂମ । ପ୍ରବଳ ବର୍ଷାରେ ସେଠାରେ ଅନେକ ଘର ଦ୍ୱାର ସହ ବଡବଡ ଗଛ ଗୁଡିକ ଉପୁଡିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ଚେକ ଡ୍ୟାମ ଓ ନଦି ବନ୍ଧ ଭାଙ୍ଗି ଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୨୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରାୟ ୭୦ ଲୋକଙ୍କ ପ୍ରାଣ ମଧ୍ୟ ଯାଇଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗଜପତି ଓ ଗଜାଂମରେ ହୋଇଥିବା କ୍ଷୟକ୍ଷତିର କିପରି ଭାବରେ ପୁନରୁଦ୍ଧାର ହେବ ସେନେଇ ତତ୍ପର ଦେଖେଇଛନ୍ତି ଜିଲ୍ଲା ପ୍ରଶାସନ ।

 

ମିଳିଥିବା ସୂଚନା ଅନୁସାରେ ଗଜପତିର ମହେନ୍ଦ୍ରତନୟାରେ ଅନେକ କ୍ଷତି ହୋଇଛି । ପାରଳା ଖେମୁଣ୍ଡିର ବୋସାଣି ବ୍ଲକରେ ପାଖାପାଖି ୨୩ରୁ ଅଧିକ କେନାଲ ବନ୍ଧରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସହକାରୀ ଇଞ୍ଜିନିୟର ଅକ୍ଷୟ ମିଶ୍ର କହିଛନ୍ତି ଯେ, ଆମେ ମାନେ ବାତ୍ୟା ସମ୍ପର୍କରେ ସୂଚନା ପାଇଥିଲୁ ହେଲେ ଏପରି ଭାବରେ ବାତ୍ୟାରେ ପ୍ରବଳ ବର୍ଷା ହେବ ବୋଲି ଜାଣିନଥିଲୁ । ବାତ୍ୟା ପୂର୍ବଦିନ ରାତିରେ ଆମେ ମାନେ କିଛି କେନାଲର ଗେଟ ଖୋଲି ପାଣି ନିଷ୍କାସନ କରିଥିଲୁ । ହେଲେ ବର୍ଷାର ପରିମାଣ ଏତେ ବଢିଗଲା ଯେ, ମହେନ୍ଦ୍ରତନୟା ନଦୀରେ ପ୍ରବଳ ପାଣି ଆସିବା ଫଳରେ ରାସ୍ତା ଉପରେ ୬ ଫୁଟରୁ ଉଚ୍ଚ ପାଣିଚାଲିଥିଲା ।

 

ଏତେ ମାତ୍ରାରେ ପାଣି ଆସିବାରୁ ଏପରି ପରିସ୍ଥିତି ହୋଇଛି । ବାତ୍ୟାର ୪ ଦିନ ପରେ ଆମେ ମାନେ ସ୍ଥିତି ସ୍ୱାଭାବିକ କରିବା ପାଇଁ ଆମେ କାମ ଆରମ୍ଭ କରିଦେଇଥିଲୁ । ପାଖାପାଖି ୧୦ ଦିନ ଲୋକମାନେ ପାଣିରୁ ବଚିଂତ ହୋଇଥିଲେ । କିନ୍ତୁ ବର୍ତମାନ ସମୟରେ ଲୋକମାନେ ପାଣି ପାଇଲେଣି । ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ଆମର ଆଶା ଖୁବଶୀଘ୍ର ମହେନ୍ଦ୍ର ତନୟାରେ ସ୍ଥିତି ପୂର୍ବପରି ସ୍ୱାଭାବିକ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।