ଓଡ଼ିଶା ଆଡ଼କୁ ଅତି ପ୍ରଚଣ୍ଡ ବେଗରେ ମାଡ଼ି ଆସୁଛି ତିତଲି ! ସମୁଦ୍ରରେ ଉଠିପାରେ ଦେଢ଼ ମିଟର ଉଚ୍ଚର ଜୁଆର

123

କନକ ବ୍ୟୁରୋ : ଓଡ଼ିଶାର ନିକଟତର ହେଉଛି ବାତ୍ୟା ତିତଲି । ଗୋପାଳପୁର ଠାରୁ ୨୩୦ କିମି ଦୂରରେ ରହିଛି ତିତଲି । ଘଂଟା ପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି ତିତଲି । ୧୪୦ରୁ ୧୬୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସମସ୍ତ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ତିତଲି ପ୍ରଭାବରେ ଦେଢ଼ ମିଟର ଉଚ୍ଚାରେ ଉଠିପାରେ ଜୁଆର । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଯାଏଁ ଭୟଙ୍କର ଝଡ଼ତୋଫାନର ପ୍ରଭାବ ରହିବି । ଆଂଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି ।

ଆଗାମୀ ୧୮ ଘଂଟା ସମୟରେ ତିତିଲି ପ୍ରଚଣ୍ଡରୁ ପ୍ରଚଣ୍ଡ ରୂପ ଧରିପାରେ । ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ତିତଲି । ଇତିମଧ୍ୟରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇସାରିଛି ବାତ୍ୟା ତିତଲି । କାଲି ସକାଳ ସାଢ଼େ ୫ଟାରେ ଗୋପାଳପୁର ଛୁଇଁବ । ସେପଟେ ତିତଲି ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଓ ୧୨ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ଜଳ ସଂପଦ ସଚିବ କହିଲେ, ଋଷିକୁଲ୍ୟା ଓ ବଂଶଧାରାରେ ବନ୍ୟା ଆସିପାରେ । ଏଥିପାଇଁ କ୍ଷେତ୍ର ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛଇ ।

ତେବେ ବାତ୍ୟା ତିତଲି ପାଇଁ ରାତି ୧୦ ପରେ ଟ୍ରେନ ବାତିଲ କଲା ପୂର୍ବତଟ ରେଳବାଇ । ଖୋର୍ଦ୍ଧା ରୋଡ ବିଜୟନଗରମ ମଧ୍ୟରେ ଉଭୟ ପଟୁ ଚାଲିବନି କୌଣସି ବି ଟ୍ରେନ । ପୁରୀରେ ସକାଳୁ ବର୍ଷା ଯୋଗୁ ଅନେକ ଟ୍ରେନର ସମୟ ପରିବର୍ତ୍ତନ କରାଯାଉଛି । ଅନ୍ୟପଟେ ତିତଲି ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ସରକାର । ୫ଟି ଜିଲ୍ଲାର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତିତଲିର ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ୬ଟି ଜିଲ୍ଳାକୁ ପଠାଯାଇଛି ଏନଡିଆରଏଫ୍ ଟିମ୍ ଓ ୮ଟି ଓଡ୍ରାଫ୍ ଟିମ୍ । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ପହଁଚିଛନ୍ତି ୩୮ ଟି ଅଗ୍ନିଶମ ଟିମ ।