ତତଲାଗଡ଼ରେ ପରିିଣତ ହେଲା ଟିଟିଲାଗଡ଼ ! ୪୩ ଡିଗ୍ରି ଛୁଇଁଲା ପାରଦ

82

କନକ ବ୍ୟୁରୋ : ଟିଟିଲାଗଡ଼ର  ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ପାରଦ ଏଠାରେ ୪୩ଡିଗ୍ରି ଛୁଇଁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ବଢ଼ିଥିଲେ ହେଁ ଟିଟିଲାଗଡ଼ରେ ପାରଦ ଦିନକରେ ହଠାତ୍‌ ୧.୫ଡିଗ୍ରି ବଢ଼ି ଯାଇଛି । ଟିଟିଲାଗଡ଼ ଗତକାଲି ତତଲାଗଡ଼ ପାଲଟିଛି । ଟିଟିଲାଗଡ଼ ଭଳି ଆଜି ଗତକାଲି ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିବାବେଳେ ୯ସହରରେ ପାରଦ ୪୦ଡିଗ୍ରି ଉପରେ ରହିଛି । ପାରାଦୀପ, ଗୋପାଳପୁର, ପୁରୀକୁ ଛାଡ଼ି ସବୁ ସହରରେ ପାରଦ ୩୫ଡିଗ୍ରି ଉପରେ ରହିଛି ।

ଏଥିରୁ ଅଧିକାଂଶ ସହରରେ ପାରଦ ୪୦ଡିଗ୍ରି ପାଖାପାଖି ରହିଥିଲା। ଫଳରେ ସାରା ରାଜ୍ୟରେ ଆଜି ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ଯେତିକି ଖରା ହୋଇଛି ଆସନ୍ତା ଚାରିରୁ ପାଞ୍ଚ ଦିନ ଏହାଠୁ ଆହୁରି ଅଧିକ ଖରା ହେବ । ୧୮ତାରିଖ ପର୍ଯ୍ୟନ୍ତ ଖରାରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ଉତ୍ତପ୍ତ ପବନ ସହ ଝାଞ୍ଜି ବହିବ । ପାରଦ ଆହୁରି ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ସମେତ ବିଭିନ୍ନ ସହର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୫ଡିଗ୍ରି ଛୁଇଁପାରେ।

ଗତକାଲି ଅନୁଗୁଳରେ ୪୨.୭, ଝାରସୁଗୁଡ଼ାରେ ୪୦.୯, ସମ୍ବଲପୁରରେ ୪୦.୧, ସୁନ୍ଦରଗଡ଼ରେ ୪୦, ତାଳଚେରରେ ୪୩.୧, ଭବାନିପାଟଣାରେ ୪୨.୫, ବଲାଙ୍ଗୀରରେ ୪୨, ସୋନପୁରରେ ୪୦.୮ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ୩୯.୫, କଟକରେ ୩୮.୬ଡିଗ୍ରି ରେକର୍ଡ ହୋଇଛି ।

 

ପାଣିପାଗ ବିଭା ପୂର୍ବାନୁମାନ କହୁଛି ଯେ, ଦିନରେ ପ୍ରବଳ ଖରା ହେଲେ ବି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ । ପ୍ରବଳ ଘଡ଼ଘଡ଼ି, ବିଜୁଳି ସହ ୪୦ରୁ ୫୦କିମି ବେଗରେ ପବନ ବି ବହିପାରେ । ବି‌େଶଷକରି ରାୟଗଡ଼ା, କୋରାପୁଟ, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ଦେଓଗଡ଼, ସୋନପୁର, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ବଲାଙ୍ଗୀର, ଅନୁଗୁଳ, ଜଗତସିଂହପୁର, ଗଞ୍ଜାମ, ବଲାଙ୍ଗୀର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ ।