ଟିଟିଲାଗଡରେ ଅଗ୍ନିବର୍ଷା : ୪୭ ଦଶମିକ ୫ ଡିଗ୍ରୀରେ ପହଁଚିଲା ପାରା

37

ଟିଟିଲାଗଡ: ଟିଟିଲାଗଡରେ ଅସମ୍ଭାଳ ତାତି । ଆଜି ଟିଟିଲାଗଡର ତାପମାତ୍ରା ପହଁଚିଛି ୪୭ ଦଶମିକ ୫ ଡିଗ୍ରୀରେ । ସାଧାରଣତଃ ଏ ତାତିକୁ ସହ୍ୟ କରିବା ସହଜ ନୁହଁ । ଏଠାରେ ଅବସ୍ଥା ଏପରି ହୋଇଛି ଯାହା ବର୍ଣ୍ଣନା କରିହେବ ନାହିଁ । ହିଟ୍ ୱେଭ୍ ଇଣ୍ଡେକ୍ସ କହୁଛି, ଏହା ଏକ ବିପଦପୂର୍ଣ୍ଣ ତାତି । ଏଭଳି ପରିସ୍ଥିତିରେ ଅଂଶୁଘାତର ଆଶଂକା ଖୁବ୍ ବଢିଯାଏ । ମନୁଷ୍ୟ ଶରୀର ଉପରେ ଏହାର ପ୍ରଭାବ ଯଥେଷ୍ଟ ଅଧିକ । କ୍ରମାଗତ ଭାବେ ଏହା ଲାଗି ରହିଲେ ଶରୀର ଜଳୀୟ ଅଂଶ ବହୁ ମାତ୍ରାରେ କମିଯିବାର ଆଶଂକା ରହିଥାଏ । ପୁରା ପଶ୍ଚିମ ଓଡିଶା ଏକପ୍ରକାର ଜଳୁଛି । ଟିଟିଲାଗଡ ସମେତ ୪ ଟି ସହର ବଲାଙ୍ଗିର, ସୋନପୁର ଓ ସୁନ୍ଦରଗଡର ତାତି ୪୬ ଡିଗ୍ରୀ ଉପରେ ରହିଛି ।