ଟିଟଲାଗଡରେ ଅସମ୍ଭାଳ ତାତି : ୪୮ ଡିଗ୍ରୀ ଛୁଇଁଲା ପାରଦ

41

ଟିଟଲାଗଡ : ତତଲାଗଡରେ ତାତି ଅସମ୍ଭାଳ । ୪୮ ଡିଗ୍ରୀ ଛୁଇଁଲା ଟିଟିଲାଗଡର ତାତି । ଗତକାଲି ୪୭ ଦଶମିକ ୫ ଡିଗ୍ରୀ ପରେ ଆଜି ପାରଦ ୪୮ ଡିଗ୍ରୀ ଛୁଇଁଛି । ଅସହ୍ୟ ତାତିରେ ଜଳୁଛି ଟିଟିଲାଗଡ । ଚାରିଆଡେ ଅଗ୍ନିବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଆଉ ଝାଂଜି ପବନ । ଗରମରେ ସିଝିହେଉଛନ୍ତି ଲୋକେ । ସକାଳ ୯ ଟାରୁ ଘରୁ ବାହାରିବା ମୁସ୍କିଲ । ରାସ୍ତାଘାଟ ଶୂନଶାନ । ତାତି ଏମିତି ଯାହା ବର୍ଣ୍ଣନା କରିହେବନି । ରେକର୍ଡ ଭାଂଗିଛି ତାତି । ତିନି ଦିନ ହେଲା ଅସହ୍ୟ ଗରମ । ଆଗକୁ ପାରଦ ଆହୁରି ବଢିବା ଆଶଂକା କରାଯାଉଛି । ତେବେ କୁମୁଡା ପାହାଡ ସହର ପାଇଁ ଅଭିଶପ୍ତ ପାଲଟିଥିବା ଲୋକେ କହିଛନ୍ତି । ଟିଟିଲାଗଡ ସହ ଆଜି ରାଜ୍ୟର ୮ ଟି ସହରର ତାପମାତ୍ରା ୪୫ ଉପରେ ରହିଛି । ଟିଟିଲାଗଡ ପଛକୁ ରହିଛି ତାଳଚେର । ଏଠାରେ ତାପମାତ୍ରା ରହିଛି ୪୬.୮ ଡିଗ୍ରୀ । ସେହିପରି ସୋନପୁର ୪୬, ବାରିପଦା ୪୫.୩, ବଲାଙ୍ଗୀର ୪୫.୨, ଅନୁଗୁଳ ୪୫.୧, ସମ୍ବଲପୁର ୪୫ ଏବଂ ଭବାନୀପାଟଣା ୪୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୪୦ ଉପରେ ରହିଛି ରାଜ୍ୟର ୧୮ ଟି ସହରର ତାପମାତ୍ରା ।