ଓକିଲ ମାଗୁଛନ୍ତି ନ୍ୟାୟ ! ପୋଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଓକିଲଙ୍କ ଧର୍ମଘଟ 

368

ପୁଣି ପୋଲିସ-ଓକିଲ ମୁହାଁମୁହିଁ । ତିସ୍ ହଜାରୀ ଘଟଣାରେ ଦିଲ୍ଲୀ ପୋଲିସ, ଅଭିଯୁକ୍ତ ପୋଲିସମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଯାଚିକା ଦାଖଲ କରିଥିଲା । ଯାହାର ଆଜି ଶୁଣାଣି ହେବାକୁ ଯାଉଛି । ଅନ୍ୟ ପକ୍ଷରେ ଦିଲ୍ଲୀର ସମସ୍ତ ଜିଲ୍ଲା ଅଦାଲତରେ ଓକିଲମାନେ ୯ ଦିନରୁ ଅଭିଯୁକ୍ତ ପୋଲିସମାନଙ୍କ ଗିରଫଦାରୀକୁ ନେଇ ଧର୍ମଘଟ ଜାରି ରଖିଛନ୍ତି । ପୂର୍ବରୁ ଏହି ଘଟଣାରେ ଓକିଲମାନଙ୍କ ଗିରଫଦାରୀ ଉପରେ କୋର୍ଟ ରୋକ୍ ଲଗାଇଥିଲେ । ଓକିଲ ସଂଘ ଏହି ଘଟଣାକୁ କେନ୍ଦ୍ରକରି ୨୦ ନଭେମ୍ବରରେ ସଂସଦ ଘେରାଉ କରିବେ ।

ସୂଚନାଯୋଗ୍ୟ, ଉତ୍ତର ଦିଲ୍ଲୀର ତିସ୍ ହଜାରୀ ଅଦାଲତ ପରିସରରେ ଗାଡି ପାର୍କିଂକୁ କେନ୍ଦ୍ରକରି ଶୁକ୍ରବାର ଅପରାହ୍ନରେ ପୋଲିସ ଓ ଓକିଲ ମୁହାଁମୁହିଁ ହେବା ସହ ଗୁଳି ଚାଳନାରେ ଏକ ପୋଲିସ ଗାଡିରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୦ ଜଣ ପୋଲିସ କର୍ମୀ ଓ କିଛି ଓକିଲ ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ସାମ୍ବାଦିକଙ୍କୁ ମଧ୍ୟ ମାଡ ମରାଯାଇଥିଲା ।