ବିଷ୍ଣୁଙ୍କୁ ରାଜଶ୍ରୀଙ୍କ ଆହ୍ୱାନ । ନିଜ ନିର୍ବାଚନୀ କ୍ଷେତ୍ରରେ ଚିରଞ୍ଜିବୀଙ୍କୁ ହରାଇ ପରାକାଷ୍ଠା ଦେଖାନ୍ତୁ ବିଷ୍ଣୁ ବାବୁ ।

605

କନକ ବ୍ୟୁରୋ: ଉପକୂଳ ନିର୍ବାଚନ କ୍ଷେତ୍ରରେ ବିଜେଡିର ଦୁଇ ଚର୍ଚ୍ଚିତ ନାଁ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ । ବିଭିନ୍ନ ସମୟରେ ଦୁହେଁ ଦୁହିଁଙ୍କ ମଧ୍ୟରେ କଥା କଟାକଟିକୁ ନେଇ ରାଜ୍ୟ ରାଜନୀତିକୁ ଖୋରାକ ଯୋଗାଇଥାନ୍ତି । ଏବେ ଟିକେଟ୍ ପାଇଁ ରାଜନୀତି କସରତ ଚାଲିଥିବା ବେଳେ ବିଷ୍ଣୁଙ୍କୁ ନେଇ ତିର୍ତ୍ତୋଲ ବିଧାୟିକା ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜଶ୍ରୀ କହିଛନ୍ତି କି, ବିଷ୍ଣୁ ଦାସ କେତେବେଳେ କ’ଣ କହୁଛନ୍ତି ସେ ନିଜେ ଜାଣି ପାରୁନାହାନ୍ତି, କାରଣ କେତେବେଳେ ପାରାଦୀପ ତ କେତେବେଳେ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରୁ ଲଢ଼ିବାକୁ କହୁଛନ୍ତି କିନ୍ତୁ କେବେବି ଜଗତସିଂହପୁରରୁ ଲଢ଼ିବାକୁ କାହିଁକି କହୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜଶ୍ରୀ ।

ଅନ୍ୟପଟେ ବିଷ୍ଣୁଦାସଙ୍କୁ ଆହ୍ୱାନ ଦେଇ ରାଜଶ୍ରୀ କହିଛନ୍ତି ଯେ, ବିଷ୍ଣୁ ବାବୁ ସବୁଠି ଲଢ଼ିବେ ବୋଲି କହୁଛନ୍ତି ନିଜ ନିର୍ବାଚନ ମଣ୍ଡଳୀରେ ଆଗେ ଚିରଞ୍ଜିବୀ ବିଶ୍ୱାଳଙ୍କୁ ହାରାଇ ନିଜର ପରାକାଷ୍ଠା ଦେଖାନ୍ତୁ ବୋଲି କହିଛନ୍ତି ରାଜଶ୍ରୀ । ବାରମ୍ବାର ଚାରିଆଡ଼େ କହି ବୁଲୁଛନ୍ତି ସେ ମୋତେ ୨୦୧୪ରେ ଟିକେଟ୍ ଦେଇଥିଲେ କିନ୍ତୁ ସେ ଭୂଲ କହୁଛନ୍ତି ମୋତେ ଗତ ନିର୍ବାଚନରେ ବିଷ୍ଣୁ ବାବୁ ଟିକେଟ୍ ଦେଇନଥିଲେ ।

ସେହିପରି ତାଙ୍କ ଟିକେଟ୍ ପାଇବା ନେଇ ରାଜଶ୍ରୀ କହିଛନ୍ତି କି, ୫ବର୍ଷ ଧରି ଲୋକଙ୍କ ପାଇଁ କାମ କରିଛି । ଯେଉଁ କାର୍ଯ୍ୟ ଦୀର୍ଘ ୫୦ ବର୍ଷ ମଧ୍ୟରେ ହୋଇନଥିଲା ତାହା ମୋ ସମୟରେ ହୋଇଛି । ତେଣୁ ଟିକେଟ ପାଇବା ପାଇଁ ନିଶ୍ଚୟ ଆଶା କରିବି । ଏଠାରେ ବିଷ୍ଣୁ ଦାସଙ୍କୁ ଟିକେଟ୍ ମିଳେ, ଲୋକେ ପ୍ରସ୍ତୁତ ହୋଇଅଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ମାନିବି ବୋଲି କହିଛନ୍ତି ରାଜଶ୍ରୀ ।