ତୀର୍ଥକଙ୍କ ସଂଘର୍ଷ ଓ ସଫଳତାର କାହାଣୀ ! ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯାହାକୁ ଆଡମିଶନ କରିବାକୁ ମନାକରିଥିଲା , ନାସା ତାଙ୍କୁ ଦେଇଥିଲା ଚାକିରି

38

ଫେସବୁକର ସଂସ୍ଥାପକ ମାର୍କ ଜୁକରବର୍ଗ , ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ ଓ ଦୁନିଆର ସବୁଠୁ ଦ୍ରୁତ ସୁଇମର ମାଇକେଲ ଫେଲ୍ପସଙ୍କ ମଧ୍ୟରେ କଣ ସମାନତା ? ଏହି ସମସ୍ତଙ୍କୁ ଫୋର୍ବସ ମାଗାଜିନ ବାର୍ଷିକ ୩୦ ଅଣ୍ଡର-୩୦ ତାଲିକାରେ ସାମିଲ୍ କରିଛି । ଏହି ଲିଷ୍ଟରେ ସାରା ବିଶ୍ୱର ଯୁବ ଉଦ୍ୟୋଗୀ, ଗବେଷକ ଓ ବଡ ସଫଳତା ହାସଲ କରିଥିବା ଯୁବକଙ୍କୁ ସାମିଲ କରାଯାଏ । ଏବେ ଏହି ତାଲିକାରେ ଆଉ ଜଣେ ଯୁବକଙ୍କ ନାଁ ସାମିଲ୍ ହୋଇଛନ୍ତି । ଏ ଖବର ପ୍ରକାଶିତ ହୋଇଛି ଇୟୋର ଷ୍ଟୋରୀରେ । ସେହି ଯୁବକ ହେଲେ ଦିଲ୍ଲୀର ତୀର୍ଥକ ସାହା । ୧୫ହଜାର ନୋମିନେସନଙ୍କ ମଧ୍ୟରେ ତାଙ୍କର ନାମ ବଛାଯିବା ଏକ ବଡ ଉପଲବ୍ଧି ଅଟେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ନାସା ପାଇଁ କାମ କରିସାରିଥିବା ଏହି ଯୁବକଙ୍କୁ ଦିନେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଡମିଶନ ମିଳିନଥିଲା । ଜୀବନରେ କଣ କରିବେ କିଛି ଭାବିପାରିନଥିଲେ । ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡିଥିଲେ ।

ପ୍ରକାଶିତ ସୂଚନା ଅନୁସାରେ ,୨୫ ବର୍ଷୀୟ ସାହାଙ୍କ ପିତା ସରୋଜିନୀ ନଗରରେ ଜଣେ ବଙ୍ଗଳା ଶିକ୍ଷକ । ସେଠାରେ ମଧ୍ୟ ତାଙ୍କ ମା’ ଡାକ ବିଭାଗରେ କାମ କରନ୍ତି । ଦିଲ୍ଲୀର ଦ୍ୱାରକାରେ ରହୁଥିବା ତୀର୍ଥକ ସାହା ନିଜର ପାଠପଢା ସେଣ୍ଟକୋଲମ୍ବିଆ ସ୍କୁଲରୁ ଆରମ୍ଭ କରିଥିଲେ । ଏହାପରେ ସେ ମଣିପାଳ କଲେଜ, କର୍ଣ୍ଣାଟକରୁ ଗ୍ରାଜୁଏସନ କରିଥିଲେ ଏବଂ ଏହାପରେ ୨୦୧୩ରେ ସେ ଆମେରିକା ଚାଲିଯାଇଥିଲେ । ଏବେ ସେ ଆମେରିକାର ଇଣ୍ଡିଆନ୍ ପ୍ରାନ୍ତରେ ରହି ଆମେରିକାନ୍ ଇଲେକ୍ଟ୍ରିକ୍ ପ।।ୱାର (ଏଇପି) ପାଇଁ କାମ କରୁଛନ୍ତି । ଏହି କଂପାନୀ ଆମେରିକାର ୧୧ଟି ରାଜ୍ୟରେ ୫୫ ଲକ୍ଷ ଲୋକଙ୍କୁ ବିଜୁଳି ପ୍ରଦାନ କରୁଛି । କିନ୍ତୁ ତୀର୍ଥକଙ୍କର ଜୀବନ କିଛି ବର୍ଷ ପୂର୍ବରୁ ବହୁ ସଂଘର୍ଷପୂର୍ଣ୍ଣ ଥିଲା ।

ତୀର୍ଥକ ସାହାଙ୍କୁ କେବେ ଜଣାନଥିଲା କି ସେ ଦିନେ ଏହି ଲକ୍ଷ୍ୟ ହାସଲ କରିବେ । ବାସ୍ତବରେ ସେ ଏଷ୍ଟ୍ରୋଫିଜିକ୍ସ ବିଷୟରେ ପଢିବାକୁ ଚାହିଁଥିଲେ । କିନ୍ତୁ ଡିୟୁର କଙ୍କ୍ ଅଫ୍ ମାର୍କ ବହୁତ ଅଧିିକ ଥିବା କାରଣରୁ ସେ କୌଣସି କଲେଜରେ ଆଡମିଶନ କରିପାରିନଥିଲେ । ଏହାର କାରଣ ସ୍କୁଲରେ ତାଙ୍କର ସେତେ ଭଲ ନମ୍ବର ନଥିଲା ଯାହାକି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ତାଙ୍କ ଆଡମିଶନ ପାଇଂ ଅନୁମତି ଦେଇନଥିଲା । ସେ କୁହନ୍ତି ଦଶମ ଠାରୁ ତାଙ୍କୁ ଠିକ୍ ମାର୍ଗଦର୍ଶନ ମିଳିପାରିନଥିଲା । ଏବଂ ଏହି କାରଣରୁ ସେ ଦ୍ୱାଦଶ ପରୀକ୍ଷା ଦେବା ପରେ ମଧ୍ୟ ସନ୍ତୁଷ୍ଟ ନଥିଲେ । ସେ ଆଇଆଇଟି ପାଇଁ ପ୍ରସ୍ତୁତ କରିବାକୁ ଭାବିଲେ । କିନ୍ତୁ ପୁଣି ତାଙ୍କୁ ମନେହେଲା କି ଯଦି ଏଥିରେ ସିଲେକ୍ସନ ନହୁଅନ୍ତି , ଏମିତିରେ ଗୋଟେ ବର୍ଷ ନଷ୍ଟ ହୋଇଯିବ ।

ଥିପାଇଁ ସେ ମଣିପାଲ ୟୁନିଭର୍ସିଟିର ଇଂଟରନ୍ୟାସନାଲ ସେଂଟରରେ ଆପ୍ଲାଏଡ୍ ସାଇନ୍ସରେ ଆଡମିଶନ ନେଲେ । ଏହାପରେ ସେ ଫିଲାଡେଲଫିଆର ଡ୍ରେକ୍ସେଲ ୟୁନିଭର୍ସିଟିରେ ଆଡମିଶନ ମିଳିଲା । ଯେଉଁଠାରେ ସେ ବ୍ୟାଚଲର ଅଫ୍ ସାଇନ୍ସ କଲେ । ଏହି ସମୟରେ ସେ ଆମେରିକାନ୍ ସ୍ପେସ୍ ରିସର୍ଚ୍ଚ ଏଜେନ୍ସି ନାସାସହ କାମ କଲେ । ସେ ନାସା ପାଇଁ ମିନି ସାଟେଲାଇଟ୍ ପାଇଁ ସୋଲାର ପ୍ୟାନେଲ୍ ମଡୁଲର ବନାଇବା ନେଇ କାମ କଲେ । ସେ କ୍ୟାମ୍ପସରେ ଏଇପିରେ ଚାକିରି ମିଳିଗଲା । କଂପାନୀକୁ ପାୱାର ଗ୍ରେଡ୍ ସିଷ୍ଟମ ଉପରେ କାମ କରିବା ପାଇଁ ଜଣେ ଆବଶ୍ୟକ ଥିଲେ । ତୀର୍ଥକ ଏହି ପୋଷ୍ଟ ପାଇଁ ପୁରା ଉପଯୁକ୍ତ ହେଲେ । ତାଙ୍କୁ ସେଠାରେ ଗ୍ରିଡ୍ ମଡନାଇଜେସନ ଇଂଜିନିୟରର ଚାକିରି ମିଳିଲା । ପ୍ରକୃତରେ କଂପାନୀରେ ଏମିତି କୌଣସି ପଦ ନଥିଲା କିନ୍ତୁ ତାଙ୍କର ଦକ୍ଷତାକୁ ଦେଖି ଏମିତି ଏକ ନୂଆ ପଦ ତିଆରି ହେଲା ।

ଏଇପି ନିକଟରେ ଏକ ଇନୋଭେସନ ଚ୍ୟାଲେଂଜ ଆୟୋଜିତ କରିଥିଲା । ଯେଉଁଥିରେ ୬୦୦ ଆବେଦନ ମଧ୍ୟରେ ସାହାଙ୍କ ପ୍ରୋଜେକ୍ଟ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ପ୍ରୋଜେକ୍ଟକୁ କଂପାନୀର ପୁରା ନେଟୱର୍କରେ ଲାଗୁ କରାଯିବ । ଏହି ପ୍ରୋଜେକ୍ଟ ପାଇଁ ତାଙ୍କୁ ଫୋର୍ବସ ର ଲିଷ୍ଟରେ ସାମିଲ୍ କରାଯାଇଛି । ସେ ନିଜର ଏହି ସଫଳତାରେ କହିଛନ୍ତି , ମୋ ପାଇଁ ଏହା ବହୁତ ଗୌରବର କଥା । ଏହା ଦ୍ୱାରା ମୋର କ୍ୟାରିୟରର ଗତି ନିର୍ଦ୍ଧାରିତ ହେବ । ମୋ ପାଇଁ ଏହା ଏକ ଲାଇଫଟାଇମ୍ ଆଚିଭମେଂଟ ଭଳି । ଏହା ବ୍ୟତୀତ ତୀର୍ଥକ ଆହୁରି ଅନେକ ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି ।