ମା’ ରୋଗରେ ପୀଡିତ ଥିଲେ ବୋଲି ଛାତରୁ ଠେଲିଦେଲା ପୁଅ ! ସିସିଟିଭିରେ ଧରାପଡିଲା କାରନାମା 

46

ରାଜକୋଟ : କଥାରେ କୁହାଯାଏ ମା’ଯାହାର ସାହା । ଅର୍ଥାତ୍ ଯାହାର ମା’ ପାଖରେ ଥାଏ ତାକୁ କାହାକୁ ଡରନଥାଏ । ସବୁ ବିପଦରେ ସେ ଜିତିଥାଏ । ପ୍ରତିବନ୍ଧକକୁ ଛିନ୍ନ କରିବାର ଅପୂର୍ବ ସାହାସ ଦେଇଥାଏ ମା’ । ଏଣୁ ମା’ ସବୁଠୁ ମହାନ । ସେହି ମା’ ପାଇଁ ବୃଦ୍ଧା କାଳରେ ସାହାରା ହୋଇଥାନ୍ତି ସନ୍ତାନମାନେ । ମା’ର ମମତାକୁ ମନେପକାଇ କରିଥାନ୍ତି ଅନେକ ସେବା ଯତ୍ନ । ହେଲେ ଆଜତକ୍ ନ୍ୟୁଜରେ ଏମିତି ଏକ ଖବର ପ୍ରକାଶିତ ହୋଇଛି , ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରକାଶିତ ସୂଚନା ଅନୁସାରେ , ରାଜକୋଟରେ ଏମିତି ଏକ ଘଟଣାର ଚିତ୍ର ସାମ୍ନାକୁ ଆସିଛି , ଯାହାକି ଅମାନବିକତାର ସବୁ ସୀମା ଟପିଯାଇଛି । ଏହାକୁ ଯେତେ ନିନ୍ଦା କରିବ କମ୍ ପଡିଯିବ । ଜଣେ ଯୁବକ ନିଜର ମା’କୁ ଛାତରୁ ଠେଲି ହତ୍ୟା କରିଛନ୍ତି । କୁହାଯାଉଛି କି  ଆରୋପିଙ୍କ ମା’ଙ୍କର ବ୍ରେନ୍ ହାମରେଜ୍ ଥିଲା ।  ସେ ଚାଲିବୁଲି ପାରୁନଥିଲେ । ଏହି ବୃଦ୍ଧା ମା’ର ସେବାଯତ୍ନ କରିବାରେ ବିରକ୍ତ ହୋଇ ପୁଅଟି ଏମିତି ଏକ ନିଷ୍ଠୁର କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଲା ।

ମିଳିଥିବା ସୂଚନା ଅନୁସାରେ, ରାଜକୋଟର ଗାନ୍ଧୀଗ୍ରାମ ଠାରେ ରହୁଥିବା ଜୟଶ୍ରୀବେନ୍ ,ବିନୋଦଭାଈ ନାଥବାନୀର  ବିଲିଡିଂର ଛାତରୁ ଖସିପଡିବା ପରେ ମୃତ୍ୟୁ ହୋଇଥିଲା ।  ଏ ଘଟଣା ପାଖାପାଖି ଦୁଇମାସ ପୂର୍ବର ।  ପୁଲିସ୍ ଏହି ମାମଲାକୁ ଆତ୍ମହତ୍ୟା ମନେକରି  ଫାଇଲ୍ ବନ୍ଦ କରିଦେଇଥିଲେ । ଏହାର ପାଖାପାଖି ଦୁଇମାସ ପରେ ପୁଲିସକୁ ଏକ ଗୁପ୍ତ ଚିଠି ଆସିଲା ,ଯାହାର ଆଧାରରେ ପୁଲିସ୍ ପୁଣି ଯାଂଚ ଆରମ୍ଭ କରିଥିଲା । ପୁଲିସ୍ ସୋସାଇଟିର ସିସିଟିଭି ଯାଂଚ କରିଥିଲେ । ଏହି ଫୁଟେଜରୁ ଜଣାପଡିଥିଲା ଯେ,  ସନ୍ଦୀପ  ନିଜର ମା’ଙ୍କୁ ଲିଫ୍ଟରେ ଛାତ ଉପରକୁ ନେବାର ନଜର ଆସିଥିଲା ।

ପ୍ରଥମେ ଆରୋପି ପୁଲିସକୁ ଭୁଲେଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଯେତେବେଳେ ଗଭୀର ଭାବରେ ଯାଂଚ କାର୍ଯ୍ୟ ଚାଲିଲା ତ ସତ ପଦାକୁ ଆସିଲା । ରାଜକୋଟର ଡିସିପି କରଣରାଜ ବାଘେଲା କହିଥିଲେ ସନ୍ଦୀପ ପ୍ରଥମେ ଲୁଚାଇବାକୁ ଚେଷ୍ଟା କରିଥିଲେ । ପ୍ରଥମେ ସେ କହିଥିଲେ କି ସେ ମା’ଙ୍କୁ ପୂଜା ପାଇଁ ନେଇକିଯାଇଥିଲେ । ଏହାପରେ ପୁଲିସ୍ ପଚାରିଥିଲେ ମା’ ଅଢେଇଫୁଟ୍ ଉଚ୍ଚତା କେମିତି ଅତିକ୍ରମ କଲେ । ସେ ଏହାର ଉତ୍ତର ଦେଇପାରିନଥିଲେ । ଆଉ ମା’କୁ ଛାତରୁ ପକାଇବାର କଥା ମାନିଯାଇଥିଲେ ।  ଆରୋପି ଜଣକ କହିଥିଲା କି ସେ ମା’ଙ୍କର ରୋଗାକ୍ରାନ୍ତ ଅବସ୍ଥାରେ ଖୁବ୍ ଚିନ୍ତିତ ଥିଲା । ଏଣୁ ଏଥିରୁ ମୁକ୍ତି ପାଇଁ ଏମିତି କରିଥିଲା ।

(ସୌଜନ୍ୟ-ଆଜତକ୍ )