ଆପଣଙ୍କ ସ୍ମାର୍ଟଫୋନ ସବୁବେଳେ ହ୍ୟାଙ୍ଗ ହୋଇଯାଉଛି କି ? ଜାଣନ୍ତୁ କେମିତି ବଢାଇବେ ବେଗ

31

ଆଜିକାଲି ଯୁଗରେ ସମସ୍ତଙ୍କ ପାଖରେ ରହୁଛି ସ୍ମାର୍ଟଫୋନ । ଲୋକମାନେ ନିଜ ସ୍ମାର୍ଟଫୋନରେ ଟିିଭି, ଭିଡିଓ ଗେମ, ମ୍ୟୁଜିକ ପ୍ଲେୟାର ଠାରୁ ଆରମ୍ଭ କରି ଅନେକ ଆପର ଆନନ୍ଦ ଉଠାଇବା ପାଇଁ ଚାହାନ୍ତି । ଏଥିପାଇଁ ଲୋକାମାନେ ନିଜ ଫୋନରେ ଭିନ୍ନ ଭିନ୍ନ ଆପ ଡାଉନଲୋଡ କରିଥାଆନ୍ତି । ସ୍ମାର୍ଟଫୋନ ବ୍ୟବହାର ସମୟରେ ଯେଉଁ ଅସୁବିଧା ହୁଏ ତାହା ହେଲା ଫୋନ ବାରମ୍ବାର ହ୍ୟାଙ୍ଗ ହେବା ଓ ବେଗ କମିଯିବା । ସ୍ମାର୍ଟଫୋନର ବେଗ କମିଯିବା ଯୋଗୁଁ ବ୍ୟବହାର କରିବା ସମୟରେ ମଜା ବିଲକୁଲ ଖରାପ ହୋଇଯାଏ ।

ତେବେ ଜାଣନ୍ତୁ ଆପଣଙ୍କ ସ୍ମାର୍ଟଫୋନର ବେଗ କିପରି ବଢିବ । ଚେଷ୍ଟା କରନ୍ତୁ ସ୍ମାର୍ଟଫୋନରେ କମରୁ କମ ଆପ ଡାଉନଲୋଡ କରନ୍ତୁ । ଏହି ଆପ ଫୋନରେ ଇଣ୍ଟରନାଲ ମେମୋରୀ ଷ୍ଟୋର ହୁଏ । ଫୋନର ବେଗ ବଢାଇବା ପାଇଁ ସେହି ଆପକୁ ଡିଲିଟ୍ କରିଦିଅନ୍ତୁ ଯାହାର ଦରକାର ନାହିଁ । ଏହାସହ ଆପଣ ଉକ୍ତ ଆପ ଗୁଡିକୁ ଏକ୍ସଟରନାଲ ମମୋରୀ କାର୍ଡକୁ ମୁଭ ମଧ୍ୟ କରିପାରିବେ । ଆପ ସହ ନିଜ ଫୋନରେ ରଖିଥିବା ଫଟୋ, ମ୍ୟୁଜିକ ଓ ଭିଡିଓକୁ ମଧ୍ୟ ଏସଡି କାର୍ଡକୁ ଟ୍ରାନ୍ସଫର କରିଦିଅନ୍ତୁ ।

ଫୋନର ବେଗକୁ ବଢାଇବା ପାଇଁ ଆପଣ ନୋଟିଫିକେସନ ମଧ୍ୟ ଅଫ ରଖିପାରିବେ । ସବୁବେେଳେ ଅନେକ ଆପର ନୋଟିଫିକେସନ ଫୋନକୁ ଆସେ । ଯେଉଁଠି ଏକ ସମୟ ପରେ ଫୋନରେ ଆପଣଙ୍କ ସବୁ ଏକାଠି ଜମା ହୋଇଯାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଆପଣଙ୍କ ସ୍ମାର୍ଟଫୋନର ନୋଟିଫିକେସନ ଅଫ ରଖନ୍ତୁ । ଆପଣ ଚାହିିଁଲେ କିଛିି ଦରକାରୀ ଆପର ନୋଟିଫିକେସନ ଅନ ରଖିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଫୋନରେ ଅଧିକ ପ୍ରଭାବ ପଡିବ ନାହିଁ ।