ରଙ୍ଗରେ ଭିଜିଯାଇଛି କି ଆପଣଙ୍କ ସ୍ମାର୍ଟ ଫୋନ? ଜାଣନ୍ତୁ ସ୍ମାର୍ଟ ଫୋନକୁ ରଙ୍ଗ କବଳରୁ ରକ୍ଷା କରିବାର ଉପାୟ

48

ଆଜି ହୋଲି ଖେଳ ଆରମ୍ଭ ହୋଇସାରିଛି । କେତେ ଧୁମଧାମରେ ପାଳନ କରାଯାଉଛି ହୋଲି । ଆବାଳ ବୃଦ୍ଧ ବନିତା ‘ବୁରା ନା ମାନୋ ହୋଲି ହୈ’ର ନାରା ଦେଇ ଏହି ଉତ୍ସବକୁ ପାଳନ କରୁଛନ୍ତି । ତେବେ ଏହି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ସ୍ମାର୍ଟ ଫୋନକୁ ରଙ୍ଗ କବଳରୁ କିପରି ରକ୍ଷା କରିବେ । କାରଣ ଆପଣଙ୍କ ଉପରକୁ ରଙ୍ଗ ଫୋପାଡ଼ିବା ପାଇଁ ଆପଣ କାହାକୁ ମଧ୍ୟ ମନା କରିପାରିବେ ନାହିଁ । ତେବେ ଯଦି ଆପଣଙ୍କ ମହଙ୍ଗା ସ୍ମାର୍ଟ ଫୋନ ପାଣିରେ ବୁଡ଼ି ଯାଇଛି କିମ୍ବା ରଙ୍ଗ ଲାଗିଯାଇଛି ତେବେ ଆପଣ କ’ଣ ପଦକ୍ଷେପ ନେବା ଉଚିତ ଏବଂ କେଉଁଭଳି ଭାବରେ ଫୋନର ଯତ୍ନ ନେବେ ? ଆସନ୍ତୁ ଜାଣିବା ।

ହୋଲି ଖେଳିବା ପୂର୍ବରୁ ଫୋନକୁ ଜିପ ଲକରେ ରଖି ଦିଅନ୍ତୁ ବା ପ୍ଲାଷ୍ଟିକ ପ୍ୟାକେଟ ମଧ୍ୟରେ ରଖି ଦିଅନ୍ତୁ । ଯଦି ଫୋନ ପାଣିରେ ଭିଜିଯାଇଛି ତେବେ ପ୍ରଥମେ ସ୍ୱିଚ ଅଫ କରିଦିଅନ୍ତୁ । କୌଣସି ସ୍ୱିଚର ବ୍ୟବ୍ୟହାର କରନ୍ତୁ ନାହିଁ ଏବଂ ଅନ ମଧ୍ୟ କରନ୍ତୁ ନାହିଁ । ଏହାଦ୍ୱାରା ଫୋନ ସଟ ସର୍କିଟ ହୋଇପାରେ ।

ଏହାପରେ ଫୋନର ବ୍ୟାଟେରୀ,ମେମୋରି କାର୍ଡ଼ ଏବଂ ସିମକୁ ବାହାର କରିଦିଅନ୍ତୁ । ଯଦି ନନ ରିମୁଭେବଲ ବ୍ୟାଟେରୀ ଥାଏ ତେବେ ସଟ ସର୍କିଟ ହେବାର ସମ୍ଭାବନା ଖୁବ ଅଧିକ । ଏବେ ଫୋନକୁ ଫ୍ୟାନ କିମ୍ବା ହେୟାର ଡ୍ରାୟର ମାଧ୍ୟମରେ ଶୁଖାଇ ଦିଅନ୍ତୁ । କିନ୍ତୁ ଫୋନକୁ ଡ୍ରାୟର ଠାରୁ ଦୂରେଇ ରଖନ୍ତୁ ।

ଫୋନରେ ଲାଗିଥିବା ପାଣିକୁ ଭଲ ଭାବରେ ପୋଛି ଦିଅନ୍ତୁ । ଯଦି ଡ୍ରାୟର ନାହିଁ ତେବେ ଶୁଖିଲା ଚାଉଳ ମଧ୍ୟରେ ରଖନ୍ତୁ । କିନ୍ତୁ ହେଡ଼ଫୋନ ଜ୍ୟାକକୁ ଚାଉଳ ମଧ୍ୟରେ ରଖିବେ ନାହିଁ । ଏହିଭଳି ୨୪ ଘଂଟା ଛାଡ଼ି ଦିଅନ୍ତୁ । ଏବେ ମୋବାଇଲକୁ ଅନ କରନ୍ତୁ । ଯଦି ଅନ ହେଉନାହିଁ ତେବେ ଚାର୍ଜ କରନ୍ତୁ । ଯଦି ଅସଫଳ ହେଉଛନ୍ତି ତେବେ ମୋବାଇଲ ରିପେୟର ଦୋକାନକୁ ନିଅନ୍ତୁ ।