ଚିନିରେ ପିମ୍ପୁଡି ଲାଗିବେ ନାହିଁ : ଆପଣାନ୍ତୁ ଏହି ଉପାୟ

82

ଏବେ ଖରା ଦିନ ଆସିଲାଣି । ଯେଉଁଠି ଯାହା ରଖିଲେ ପିମ୍ପୁଡି ଲାଗିବା ନିଶ୍ଚିତ । ଚିନି ୨ ମିନିଟ ପାଇଁ ଖୋଲାରେ ରଖିଦେଲେ ବି ପିମ୍ପୁଡି ଲାଗିଯାଆନ୍ତି । ଏଥିରୁ ରକ୍ଷା ପାଇବା ଲାଗି ଯେତେ ଉପାୟ କଲେ ସୁଦ୍ଧା କିଛି ଲାଭ ମିଳି ନଥାଏ । ଏମିତି କେତେକ ସହଜ ଉପାୟ ଥରେ ଆପଣାଇ ଦେଖନ୍ତୁ

• ଯଦି କୈାଣସି ଡବାରେ ମିଠା ଜିନିଷ ରହିଛି, ତେବେ ତା ଚାରି ପାଖରେ ଟିକେ ସୋରିଷ ତେଲ ଲଗାଇ ଦିଅନ୍ତୁ । ପିମ୍ପୁଡି ଭିତରକୁ ପଶିପାରିବେ ନାହିଁ ।

• ବେକିଙ୍ଗ ସୋଡା ସହିତ ଗୁଣ୍ଡ ଚିନି ମିଶାଇ ପିମ୍ପୁଡି ଆସୁଥିବା ଜାଗାରେ ପକାଇଦିଅନ୍ତୁ । ତୁରନ୍ତ ସେମାନେ ପଳାଇବେ ।

• କିରୋସିନି ତେଲ ବି ଏଥିପାଇଁ ଦରକାରୀ । ପିମ୍ପୁଡି ହେଉଥିବା ଜାଗାରେ କିରୋସିନି ସ୍ପ୍ରେ କରିଦେଲେ ଆଉ ଆସନ୍ତି ନାହିଁ ।

• ଲବଙ୍ଗର ସୁଗନ୍ଧରେ ପିମ୍ପୁଡି ପଶିପାରନ୍ତି ନାହିଁ । ତେଣୁ ଚିନି କିମ୍ବା ମିଠା ଜିନିଷ ଥିବା ଡବାରେ ୨-୩ଟି ଲବଙ୍ଗ ପକାଇ ଦିଅନ୍ତୁ । ପିମ୍ପୁଡି ହେବେ ନାହିଁ ।

• ହଳଦୀ ବି ପିମ୍ପୁଡିର ଶତ୍ରୁ । ପିମ୍ପୁଡି ହେଉଥିବା ସ୍ଥାନରେ ହଳଦୀ ଗୁଣ୍ଡ ଟିକେ ପକାଇଦେଲେ ସେମାନେ ପଳାଇବେ ।