ସରକାରୀ ଚାକିରୀ କରିବା ପାଇଁ ଚାହୁଁଛନ୍ତି କି ? କିଛି ଟିପ୍ସ ଆପଣଙ୍କ ପାଇଁ . . . . .

115

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ସରକାରୀ ଚାକିରୀ ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ବିଦ୍ୟାର୍ଥୀମାନେ ଯୁକ୍ତ ୨ ଓ ଯୁକ୍ତ ୩ ପରେ ଆବେଦନ କରିବା ଆରମ୍ଭ କରି ଦିଅନ୍ତି । ପରୀକ୍ଷା ଶେଷ ହେବା ପରେ ପରେ ଛାତ୍ରଛାତ୍ରୀ ମାନେ କୋଚିଂ ଆରମ୍ଭ କରି ଦିଅନ୍ତି ।

ଛାତ୍ରଛାତ୍ରୀଙ୍କୁ ଲାଗେ ସରକାରୀ ଚାକିରୀ ମଳିବା ବହୁତ କଷ୍ଟକର କଥା । ଏଥିପାଇଁ ସେମାନେ ବହୁତ ଟଙ୍କା ଖର୍ଚ୍ଚ କରିବା ସହ ଘଣ୍ଟା ଘଣ୍ଟା ପରିଶ୍ରମ କରିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଘରେ ବସି ମଧ୍ୟ ଆପଣ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହୋଇପାରିବେ । ଆମେ ଆଜି ଆପଣଙ୍କୁ ଏପରି କିଛି ଟିପ୍ସ ଜଣାଇବୁ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

୧. ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ – କୌଣସି ବି ସରକାରୀ ଚାକିରୀରେ ଆବେଦନ କରିବା ପୂର୍ବରୁ ଆପଣଙ୍କୁ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପଡିବ । ଆପଣ ଯେ କୌଣସି କ୍ଷେତ୍ରରେ କାମ କରିବା ପାଇଁ ରୁଚି ରଖୁଛନ୍ତି ସେହି ବିଷୟରେ ସବିଶେଷ ସୂଚନା ହାସଲ କରନ୍ତୁ । ତା’ପରେ ହିଁ ପ୍ରସ୍ତୁତି ଆରମ୍ଭ କରନ୍ତୁ ।

୨. ଟାଇମ ଟେବୁଲ ତିଆରି କରନ୍ତୁ – କୌଣସି ବି ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଟାଇମ ଟେବୁଲ ତିଆରି କରି ପଢିବା ଉଚିତ । ଏପରି କରିବା ଦ୍ୱାରା ଆପଣ ଶୀଘ୍ର ସଫଳତା ପାଇବେ ।

୩. ପରୀକ୍ଷା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ – ଆପଣ ଯଦି କୌଣସି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ହେଉଛନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ପରୀକ୍ଷା ଶୈଳୀ ଉପରେ ଧ୍ୟାନ ଦେବାକୁ ପଡିବ । କାରଣ ସବୁ ପରୀକ୍ଷାର ଶୈଳୀ ଅଲଗା ଅଲଗା ଥାଏ ।

୪. ଉପଯୁକ୍ତ ସମୟ ସୀମା ଭିତରେ ଦିଅନ୍ତୁ ପ୍ରଶ୍ନର ଉତ୍ତର – ଆପଣ ଜାଣନ୍ତି ସବୁ ପରୀକ୍ଷା ପାଇଁ ଏକ ନିଶ୍ଚିତ ସମୟ ଦିଆଯାଏ ଏବଂ ସେହି ସମୟ ଅନ୍ତରାଳରେ ହିଁ ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ସେଥିପାଇଁ ପ୍ରତି ପ୍ରଶ୍ନ ପାଇଁ ସମୟ ନୋଟ କରି ନିଅନ୍ତୁ ।

୫. ବିଗତ ବର୍ଷର ମଡେଲ ପେପର ସମାଧାନ କରନ୍ତୁ – ପରୀକ୍ଷାରେ ଭଲ କରିବା ପାଇଁ ଯେତେ ସମ୍ଭବ ପୂର୍ବ ବର୍ଷର ପ୍ରଶ୍ନପତ୍ର ଦେଖନ୍ତୁ ଓ ତା’ର ସମାଧାନ ଅଭ୍ୟାସ କରନ୍ତୁ ।