କ’ଣ ଆପଣ ପତଳା ଶରୀର ପାଇଁ ଚିନ୍ତିତ କି ! ମାସେ ପର୍ଯ୍ୟନ୍ତ ଆପଣାନ୍ତୁ ଏହି ଘରୋଇ ଉପାୟ

45

ସାଧାରଣତଃ ମୋଟାପଣଟି ଯେପରି ବ୍ୟକ୍ତି ପାଇଁ ଗୋଟିଏ ପ୍ରକାରର ସମସ୍ୟା ହୋଇ ଛିଡ଼ା ହୋଇଥାଏ,ସେହିପରି ଭାବରେ ବ୍ୟକ୍ତିର ପତଳାପଣ ବି ତାକୁ ଚିନ୍ତିତ କରିପକାଏ । କାହିଁକିନା ପତଳା ଲୋକଙ୍କୁ ତାଙ୍କର ପତଳା ଶରୀର ପାଇଁ ବହୁତ ସ୍ଥାନରେ ଉପହାସର ସମ୍ମୁଖୀନ ହେବାକୁ ପଡ଼ିଥାଏ।। ତେବେ ଆଜି ଆମେ ଆପଣଙ୍କୁ ଏପରି ଘରୋଇ ଉପାୟ ବିଷୟରେ କହିବୁ,ଯାହାର ଉପଯୋଗ କରି ଆପଣ କେବଳ ମାତ୍ର ମାସକ ମଧ୍ୟରେ ହିଁ ଆପଣଙ୍କ ଓଜନରେ ବୃଦ୍ଧି ଆଣିପାରିବେ!

ଆବଶ୍ୟକୀୟ ସାମଗ୍ରୀ:
୧-୧ଟି କଦଳୀ।
୨-ଚିନି ଦୁଇ ଚାମଚ।
୩-ଏକ କପ୍‌ କ୍ଷୀର।
୪-ଦୁଇ ଚାମଚ କିସ୍‌ମିସ୍‌।

banana-diet-product-imageପ୍ରଣାଳୀ : ପ୍ରଥମତଃ ଆପଣ ଗୋଟିଏ କଦଳୀକୁ ଆଣି ତାହାକୁ ଭଲଭାବରେ ପେଶିଦିଅନ୍ତୁ।ଏହାପରେ ସେଥିରେ ଦୁଇ ଚାମଚ ଚିନି,ଏକ କପ୍‌ କ୍ଷୀର ଏବଂ ଦୁଇ ଚାମଚ କିସ୍‌ମିସ୍‌କୁ ପକାଇ ଏହାର ଏକ ମିଶ୍ରଣକୁ ପ୍ରସ୍ତୁତ କରନ୍ତୁ । ଏଥିସହିତ ପ୍ରସ୍ତୁତ ହୋଇଥିବା ଉକ୍ତ ଉପାୟର ଉପଯୋଗଟିକୁ ଆପଣ ଆପଣଙ୍କର ସକାଳର ଜଳିଖିଆ ପରେ ହିଁ ପିଇଦିଅନ୍ତୁ। ତେବେ ହଁ ଆପଣଙ୍କୁ ମନେରଖିବାକୁ ହେବ ଯେ,ଯେପରି ଆପଣ ଆପଣଙ୍କର ଓଜନରେ ବୃଦ୍ଧି ଆଣିବାକୁ ଏହି ଉପାୟର ଉପଯୋଗକୁ ଅତିକମ୍‌ରେ ମାସଟିଏ କରନ୍ତିି!