ମାତ୍ର ୧୦ ଦିନରେ କମିବ ଓଜନ ! ଆପଣାନ୍ତୁ ଏହି ୧୦ଟି ଉପାୟ

126

ଓଜନ କମାଇବା ସହଜ କାମ ନୁହେଁ । ଏଥିପାଇଁ ଧର୍ଯ୍ୟ ଏବଂ ସମୟ ନିହାତି ଆବଶ୍ୟକ । ଏହା ଜାଣି ମଧ୍ୟ କୌଣସି ବିଶେଷ କାରଣ ଯୋଗୁଁ ଆମେ ଖୁବ୍ ଶୀଘ୍ର ଓଜନ କମାଇବାକୁ ଚାହିଁଥାଉ । ତେବେ ଏଭଳି କ୍ଷେତ୍ରରେ ଆପଣାନ୍ତୁ ଏହି ୧୦ ଟିପ୍ସ ଯାହା ଆପଣଙ୍କୁ ୧୦ ଦିନରେ ଓଜନ କମାଇବାରେ ସାହାଯ୍ୟ କରିବ । ତେବେ ଏହି ଉପାୟରେ ଅତ୍ୟଧିକ ଓଜନ କମିବ ନାହିଁ କିନ୍ତୁ କିଛି ମାତ୍ରାରେ କମିବ ।

– ବାହାରର ତେଲ ଏବଂ ମସାଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଘରେ ପ୍ରସ୍ତୁତ ହେଉଥିବା କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଥିପାଇଁ ଆପଣ ଫଳ ଏବଂ ସବୁଜ ପନିପରିବା ଖାଇପାରନ୍ତି । ଯଦି ସମ୍ଭବ ଘରେ ହିଁ ତାଜା ଫଳରେ ଜୁସ୍ ତିଆରି କରି ପିଅନ୍ତୁ । କିନ୍ତୁ ଏହି ଜୁସରେ ଚିନି ନ ମିଶାଇ ପିଇଲେ ଅଧିକ ଲାଭ ମିଳିଥାଏ ।

– ଯଦି ଆପଣ ସକାଳ ଖାଦ୍ୟ ଖାଉନାହାଁନ୍ତି ତେବେ ଏହା ଆପଣଙ୍କ ଓଜନ କମ୍ କରିବା ମିଶନରେ ବଡ ବାଧା ସୃଷ୍ଟି କରିପାରେ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ସକାଳ ଖାଦ୍ୟ ଭଲ ଭାବରେ ଖାଆନ୍ତୁ । କାରଣ ଏଥିରୁ ମିଳୁଥିବା କ୍ୟାଲୋରୀ ଦିନ ସାରା ଶରୀରରେ ରହିଥାଏ ।

– କେବଳ ଫଳ କିମ୍ବା ଲିକ୍ୱିଡ୍ ଡାଏଟ୍ କରି ଖୁବ୍ ଶୀଘ୍ର ଓଜନ କମ୍ କରି ପାରନ୍ତି । କିନ୍ତୁ ଏହା କୌଣସି ଡାଏଟିସିୟାନଙ୍କ ତତ୍ୱାବଧାନରେ ହେଲେ ବେଶୀ ଫଳପ୍ରଦ ହୋଇଥାଏ ।

– ଦିନରେ ଦୁଇ ଥର ଭୋଜନ କରିବା ପରିବର୍ତ୍ତେ ପ୍ରୋଟିନ୍ ସେକ୍ ନେବା ସବୁଠାରୁ ଭଲ ବିକଳ୍ପ । ପ୍ରୋଟିନ୍ ସେକ୍ ପିଇବା ଦ୍ୱାରା ଦୀର୍ଘ ସମୟ ଧରି ଭୋକ ଲାଗିନଥାଏ ଏବଂ ଦୁର୍ବଳତା ମଧ୍ୟ ଅନୁଭବ ହୋଇନଥାଏ । ତେବେ କୌଣସି ଗୋଟିଏ ଥର ଆପଣ ହାଲକା ଖାଦ୍ୟ ଖାଇପାରନ୍ତି ।

– ତେଲ ଜାତୀୟ ଖାଦ୍ୟ, ମିଠା , ବିସ୍କୁଟ୍, ମଇଦାରେ ତିଆରି ଖାଦ୍ୟ, ସଫ୍ଟ ଡ୍ରିଙ୍କ୍ସ, ସର୍ବତ, କକଟେଲ୍ ଏବଂ ପ୍ୟାକେଟରେ ଉପଲବ୍ଧ ଜୁସ୍ ଏବଂ ସୁପଠାରୁ ଦୂରତା ବନେଇ ରଖନ୍ତୁ ।

– ପ୍ରାକୃତିକ ପାନୀୟ ଯେମିତି କି ନଡିଆ ପାଣି, ପଇଡ ପାଣି, ଗ୍ରୀନ୍ ଟି, ତୁଳସୀ କିମ୍ବା ଅଦା ରସ ପ୍ରତିଦିନ ପିଇଲେ ଓଜନ କମିଥାଏ । ଏହା ସହ ପ୍ରତିଦିନ ନଖ ଉଷୁମ ପାଣି ପିଇଲେ ଓଜନ କମିଥାଏ

– ଖାଦ୍ୟରେ ମେଥୀ, ଲେମ୍ବୁ ଏବଂ ଖଟା ଫଳ ସାମିଲ୍ କରନ୍ତୁ । ଏହା ସହ ପ୍ରତିଦିନ ଦହି ଖାଆନ୍ତୁ ।

– ପ୍ରତିଦିନ ବାଜରା କିମ୍ବା ଜଅରେ ନିର୍ମିତ ରୋଟି ଖାଆନ୍ତୁ ।

– ପ୍ରତିଦିନ ସକାଳେ ଖାଲି ପେଟରେ ଗରମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଅନ୍ତୁ । ଯଦି ସମ୍ଭବ ପାଣିରେ ଡାଳିଚିନି ଗୁଣ୍ଡ ଅଳ୍ପ ମିଶାନ୍ତୁ । ଏହା ଓଜନ କମ୍ କରିବାରେ ଖୁବ୍ ସାହାଯ୍ୟ କରିଥାଏ ।

– ପ୍ରତିଦିନ ଅନ୍ତତଃ ୧ ଘଂଟା ଚାଲନ୍ତୁ । ଏହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ । ଯାହା ଦ୍ୱାରା ନା କେବଳ ଓଜନ କମିଥାଏ ବରଂ ତ୍ୱଚାରେ ଚମକ ଆସିଥାଏ ।