ଫଟା ଗୋଇଠି ପାଇଁ ଚିନ୍ତିତ କି ! ଆପଣାନ୍ତୁ ଏହି ୬ଟି ଘରୋଇ ଉପଚାର

207

ଆରମ୍ଭ ହୋଇଆସିଲାଣି ଶୀତ ଋତୁ । ଆଉ ଶୀତ ଦିନେ ତ୍ୱଚାକୁ ନେଇ ଅନେକ ସମସ୍ୟା ଦେଖାଦେଇଥାଏ । ଯେମତିକି ତ୍ୱଚା ଶୁସ୍କ ଲାଗିବା , ଗୋଇଠି ଫାଟିବା ଇତ୍ୟାଦି । ଏହି ସମୟରେ ସବୁଠାରୁ ଅଧିକ ସମସ୍ୟା ଦେଖାଦେଇଥାଏ ପାଦ ବା ଗୋଇଠିରେ । ଯାହାକୁ ନେଇ ମହିଳାମାନେ ନିଜ ମନ ପସନ୍ଦର ସ୍ୟାଣ୍ଡେଲ ପିନ୍ଧିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାନ୍ତି । ତେବେ ଅଧିକାଂଶ ସମୟରେ ଏହି ସମସ୍ୟା ଏତେ ମାତ୍ରାରେ ବଢିଯାଇଥାଏ କି ସେହି ସ୍ଥାନରେ ଅଧିକ ଯନ୍ତ୍ରଣା ଦେଖାଦେବା ସହ ରକ୍ତ ମଧ୍ୟ ବାହାରି ଥାଏ ।

crack-28-1493375242-27-1506497339ତେବେ ଅଧିକାଂଶ ଲୋକଙ୍କର ଶୀତ ଦିନ ବ୍ୟତୀତ ଅନ୍ୟ ଋତୁ ମାନଙ୍କରେ ମଧ୍ୟ ଗୋଇଠି ଫାଟିଥାଏ । ଯାହାର ଅନେକ ଗୁଡିଏ କାରଣ ଅନେକ ରହିଛି । ଖାଲି ପାଦରେ ଚାଲିଲେ କିମ୍ବା ପାଦରେ ଧୂଳି ମଳି ଜମି ରହିଲେ ଗୋଇଠି ଫାଟିଥାଏ । ତେବେ ବିନା କୌଣସି ଔଷଧରେ ମଧ୍ୟ ଘରେ ଏହାର ଉପଚାର କରିପାରିବେ ।

ଲେମ୍ବୁ : ନଖ ଉଷୁମ ପାଣିରେ ଲେମ୍ବୁ ରସ ମିଶାନ୍ତୁ । ଏବେ ଏହି ପାଣିରେ ପାଦକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ପ୍ୟୁମିକ୍ ଷ୍ଟୋନରେ ଗୋଇଠିକୁ ଭଲ ଭାବରେ ଘସି ସଫା କରନ୍ତୁ ।

coconut oilବନସ୍ପତି ତେଲ : ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ପାଦକୁ କିଛି ସମୟ ଭିଜାଇ ରଖନ୍ତୁ । ଏହା ପରେ ସ୍କ୍ରବ୍ କରି ପାଦକୁ ଧୋଇ ଶୁଖାନ୍ତୁ । ଶୁଖିଯିବା ପରେ ବାଦାମ, ନଡିଅ. ରାଶି ଭଳି ଯେକୌଣସି ବନସ୍ପତି ତେଲରେ ଗୋଇଠିରେ ମସାଜ କରନ୍ତୁ । ଏପରି ନିୟମିତ କଲେ ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ମିଳିବ ।

ଫ୍ରୁଟ୍ ମାସ୍କ : କଦଳୀ, ଅମୃତଭଣ୍ଡା, ସପୁରୀ ଆଦି ଫଳ ବ୍ୟବହାର କରି ଗୋଇଠି ଠିକ୍ କରି ପାରିବେ । ଫ୍ରୁଟ୍ ମାସ୍କ ତିଆରି ପାଇଁ କଦଳୀ ଏବଂ ଅମୃତଭଣ୍ଡାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ଏଥିରେ କିଛି ନଡିଆ ରସ ମିଶାଇ ମାସ୍କ ତିଆରି କରନ୍ତୁ । ଏହି ମିଶ୍ରଣକୁ ଗୋଇଠିରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ନିୟମିତ ଏପରି କଲେ ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ମିଳିବା ସହ ପାଦ ମଧ୍ୟ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ ।

riceଚାଉଳ ଗୁଣ୍ଡ : ମୁଠାଏ ଚାଉଳ ଗୁଣ୍ଡ ନେଇ ସେଥିରେ ମହୁ ଏବଂ ସେଉ ସାଇଡର୍ ଭିନେଗାର୍ ମିଶାନ୍ତୁ । ଯଦି ଗୋଇଠି ବେଶୀ ଫାଟିଛି ତେବେ ଏହି ମିଶ୍ରଣରେ କିଛି ଅଲିଭ୍ ଅଏଲ୍ ମିଶାନ୍ତୁ । ତେବେ ଏହି ପ୍ୟାକକୁ ଲଗାଇବା ଆଗରୁ ପାଦକୁ ୧୦ ମିନିଟ୍ ପାଇଁ ଗରମ ପାଣିରେ ରଖନ୍ତୁ । ତାପରେ ଏହି ପ୍ୟାକକୁ ପାଦରେ ଲଗାନ୍ତୁ । ଯେପର୍ଯ୍ୟନ୍ତ ଗୋଇଠି ଫଟା ଭଲ ନହୋଇଛି ସେତେଦିନ ପର୍ଯ୍ୟନ୍ତ ନିୟମିତ ଏପରି କରନ୍ତୁ ।

ଲିମ୍ବ : ଯେତେବେଳେ ଲିମ୍ବକୁ ହଳଦୀ ସହ ମିଶାଇ ପେଷ୍ଟ ତିଆରି କରାଯାଏ ସେତେବେଳେ ଏଥିରେ ଆଂଟିବ୍ୟାକ୍ଟେରିଆଲ୍ ଗୁଣ ଆସିଯାଇଥାଏ । ଏହି ପେଷ୍ଟକୁ ପାଦରେ ଲଗାଇ ୧ଘଂଟା ରଖନ୍ତୁ । ପରେ ଭଲ ଭାବରେ ପାଦକୁ ଧୋଇଦିଅନ୍ତୁ ।

ଗୋଲାପ ଜଳ ଏବଂ ଗ୍ଲିସେରିନ୍ : ଗୋଲାପ ଜଳରେ ସମାନ ପରିମାଣର ଗ୍ଲିସେରିନକୁ ମିଶାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ ଫରକ ଜାଣିପାରିବେ । ଗ୍ଲିସେରିନ୍ ପାଦକୁ କୋମଳ କରିଥାଏ ।