ସ୍ମାର୍ଟଫୋନ ବାରମ୍ବାର ହ୍ୟାଙ୍ଗ ହେଉଛି କି ? ଆପଣାନ୍ତୁ ଏହି ଉପାୟ ଫୋନ୍ ହ୍ୟାଙ୍ଗରୁ ମୁକ୍ତି ପାଇବେ ।

48

ସ୍ମାର୍ଟଫୋନ ବାରମ୍ବାର ହ୍ୟାଙ୍ଗ ହେବା ଏବଂ ସ୍ଲୋ ଚାଲିବା ଏକ ସାଧାରଣ ସମସ୍ୟା ପାଲଟି ଯାଇଛି । ତେବେ ସେ ଫୋନଟି ନୂଆ ହୋଇଥାଉ କିମ୍ବା ପୁରୁଣା ହେଉ । ଯାହାଦ୍ୱାରା ଆପଣଙ୍କର ସମସ୍ୟା ଆହୁରୀ ଦ୍ୱିଗୁଣିତ ହୋଇଯାଇଥାଏ ଆଉ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ମୁଣ୍ଡରେ କିଛି ପସିନଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ପ୍ରକୃତ କାରଣ ଏବଂ ସମାଧାନ ସଂପର୍କରେ ଜଣାଇବାକୁ ଯାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିବ ।

* ଅଦରକାରୀ ଆପଗୁଡିକୁ ତୁରନ୍ତ ହଟାନ୍ତୁ ।

ଯେଉଁ ଆପଗୁଡିକ ଆପଣଙ୍କ କାମରେ ଆସୁନାହିଁ ସେଗୁଡିକୁ ଆପଣ ଆପଣଙ୍କର ସ୍ମାର୍ଟଫୋନରୁ ତୁରନ୍ତ ଅନଇନଷ୍ଟଲ କରିଦିଅନ୍ତୁ । ଏଥିପାଇଁ ଫୋନର ସେଟିଂକୁ ଯାଇ ଅଦରକାରୀ ଆପଗୁଡିକୁ ଟାବ କରନ୍ତୁ ଏବଂ ତାକୁ ଅନଇନଷ୍ଟଲ କରିଦିଅନ୍ତୁ । ଯଦି ଅନଇନଷ୍ଟ ହେଉନାହିଁ ତେବେ ତାକୁ ଡିଜାବୁଲ କରିଦିଅନ୍ତୁ ।

ଡାଟା କ୍ଲିଅର କରନ୍ତୁ : 
କ୍ୟାଚ ଡାଟାକୁ କ୍ଲିଅର କରିବା ଦ୍ୱାରା ଫୋନ ହାଇସ୍ପିଡରେ କାମ କରିଥାଏ । ଏହାବ୍ୟତୀତ କ୍ୟାଚ ଡାଟା ସ୍ପେସ ମଧ୍ୟ ନେଇଥାଏ ।ଏଥିପାଇଁ ଆପଣଙ୍କୁ ପ୍ରଥମେ ସେଟିଂକୁ ଯିବାକୁ ହେବ ଏହାପରେ ଷ୍ଟୋରେଜ୍ ଅପସନକୁ ଯାଆନ୍ତୁ । ଏବଂ ଏଠାରେ ନଜର ଆସୁଥିବା କ୍ୟାଚ ଡାଟା ଅପସନ ଉପରେ ଟାବ କରିବାକୁ ପଡିବ । ଏହାପରେ ଓକେ କରିଦିଅନ୍ତୁ ।

ଫେସବୁକ୍ ଲାଇଟ୍ : 
ନିଜ ଫୋନରେ ସବୁବେଳେ ଫେସବୁକ୍ ଲାଇଟ୍ ଆପର ବ୍ୟବହାର କରନ୍ତୁ । କାରଣ ଫେସବୁକ୍ ଲାଇଟରୁ ନା କେବଳ ଡାଟା ବଂଚିଥାଏ ବରଂ ଫୋନର ଗତି ମଧ୍ୟ ବୃଦ୍ଧିପାଇଥାଏ । ଏହାଛଡା ଇଂଟରନେଟ ହେବା ଦ୍ୱାରା ଆଣ୍ଡ୍ରଏଡ ଫୋନରେ ଫେସବୁକ ଚଲାଇବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଫେସବୁକ୍ ଅଧିକ ବ୍ୟାଟେରୀ ତ ହଜମ କରିଦେଇଥାଏ ସତ ଏଥିସହିତ ଫୋନକୁ ନଷ୍ଟ ମଧ୍ୟ କରିଦେଇଥାଏ ।

ଓପେରା ମାକ୍ସ : 
ଆଣ୍ଡ୍ରଏଡ ଫୋନ ପାଇଁ ଓପେରା ମାସ୍କ ଏକ ଉପଯୋଗୀ ବ୍ରାଉଜର ଅଟେ । ଏଥିରେ ଡାଟା ୟୁଜ ଉପରେ ନିୟନ୍ତ୍ରଣ ରଖାଯାଇପାରେ । ଏଥିସହିତ ହିଁ ଡାଟାର ସ୍ପିଡ ମଧ୍ୟ ବୃଦ୍ଧିପାଇଥାଏ । ତେବେ ଓପେରା ମାସ୍କ ଗୋଟିଏ ଆପ୍ଲିକେସନ । ଯାହାକି ବଡ ବଡ ୱେବସାଇଟକୁ ଅପ୍ଟିମାଇଜ କରି ହାଲୁକା କରିବାରେ ସକ୍ଷମ ହୋଇଥାଏ ।

ମେମୋରୀକୁ କ୍ଲିନ କରନ୍ତୁ : 
ନିଜର ଆଣ୍ଡ୍ରଏଡ ସ୍ମାର୍ଟଫୋନରୁ କେସୋ ମେମୋରୀକୁ ସବୁବେଳେ କ୍ଲିନ କରନ୍ତୁ । କାରଣ ଏହାଦ୍ୱାରା ସ୍ମାର୍ଟଫୋନର ଗତି ବୃଦ୍ଧି ପାଇଥାଏ । ଆପଣ ଯେକୌଣସି ବି ବ୍ରାଉଜ କରିବେ ତାହା ସବୁ ଏହି ମେମୋରୀରେ ସେଭ ହୋଇଯାଇଥାଏ । ତେଣୁ ଏହାକୁ ସବୁବେଳେ କ୍ଲିନ ରଖନ୍ତୁ ।