ଆପଣଙ୍କ ପେଟରେ ଦାଗ ପଡିଛି କି? ଏହାର ଉପଚାର ପାଇଁ ଜାଣନ୍ତୁ କିଛି ଆବଶ୍ୟକୀୟ ଟିପ୍ସ 

56

ମା’ ହେବା ପାଇଁ ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ ।  ଯେତେବେଳେ ଏହି ମହିଳା ଗର୍ଭବତୀ ହୁଅନ୍ତି, ତାଙ୍କ ପେଟ ଖୁବ ବଢିିଯାଇଥାଏ । ଯାହା ଫଳରେ ପେଟରେ ଷ୍ଟ୍ରେଚ ମାର୍କ୍ସ ବା ଦାଗ ପଡିଯାଏ । ପେଟର ସୌନ୍ଦର୍ଯ୍ୟ ନଷ୍ଟ କରି ଦିଏ । ଏଥିପାଇଁ ମହିଳାମାନ ଚିନ୍ତାରେ ପଡିଥାନ୍ତି । ତେବେ ଆସନ୍ତୁ ଜାଣିବା ପେଟର ଦାଗ କିପରି ଦୂର କରିବେ –

– ସ୍କିନର ଦାଗ ଧଳା ଚିହ୍ନକୁ ଦୂର କରିବା ପାଇଁ ଘିକୁଆଁରୀ ଜେଲ ବହୁ ଉପକାରୀ । ଘିକୁଆଁରୀ ଜେଲରେ ଭିଟାମିନ-ଇ ତେଲ ମିଶାଇ ଷ୍ଟ୍ରେଚ ମାର୍କ୍ସ ଉପରେ ଲଗାନ୍ତୁ । ଏହା ଦ୍ୱାରା ଷ୍ଟ୍ରେଚ ମାର୍କ୍ସ ଧୀରେ ଧୀରେ ଚାଲି ଯାଏ ।

– ଆଳୁ ରସ ତ୍ୱଚାକୁ ଦାଗ ହଟାଇବାରେ ସାହାଯ୍ୟ କରିଥାଏ । ଷ୍ଟ୍ରେଚ ମାର୍କ୍ସ ଉପରେ ଲେମ୍ବୁ ରସ ଲଗାଇବା ଫଳରେ ଲାଭମିଳିଥାଏ ।

– ଲେମ୍ବୁ ରସ ଦାଗ ହଟାଇବା ପାଇଁ କାମରେ ଆସେ । ଚାହିଁଲେ ଲେମ୍ବୁ ସହିତ କାକୁଡି ରସ ମିଶାଇ ମଧ୍ୟ ଷ୍ଟ୍ରେଚ ମାର୍କ୍ସ ଉପରେ ଲଗାଇ ପାରିବେ । ନିୟମିତ ଏହାକୁ ବ୍ୟବହାର କରନ୍ତୁ । ଧୀରେ ଧୀରେ ଦାଗ ଦୂର ହୋଇଯିବ । ଷ୍ଟ୍ରେଚ ମାର୍କ୍ସ ଦୂର କରିବା ଲାଗି ଶରୀରକୁ ହାଇଡ୍ରେଟ ରଖିବା ଜରୁରୀ । ଷ୍ଟ୍ରେଚ ମାର୍କ୍ସ ଦୂର କରିବା ପାଇଁ ଅଧିକ ପାଣି ପିଅନ୍ତୁ ।

– ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି । ଏହା ଶରୀରର କୌଣସି ସ୍ଥାନରେ ଥିବା ଦାଗକୁ ଦୂର କରିବାରେ ସାହାଯ୍ୟ କରେ । ପ୍ରତିଦିନ ଷ୍ଟ୍ରେସ ମାର୍କ୍ସ ଉପରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ଅଣ୍ଡାର ଧଳା  ଅଂଶ ଲଗାନ୍ତୁ । ଏହା ଉପରେ ଅଲିଭ ଅଏଲ ମାଲିସ କରନ୍ତୁ । ଏହାଦ୍ୱାରା କିଛିି ଦିନ ମଧ୍ୟରେ ଷ୍ଟ୍ରେଚ ମାକ୍ସ ଦୂର ହୋଇଯିବ ।