ଲିଭରକୁ ସୁସ୍ଥ ରଖିବେ କେମିତି ? ଜାଣନ୍ତୁ ଏହି ଡାଏଟିଂ ଟିପ୍ସ

49

ଏମିତି କିଛି ଫୁଡ୍ସ ରହିଛି ଯାହା ଲିଭରରେ ଜମି ରହିଥିବା ଟକ୍ସିନ୍ସକୁ ସଫାକରି ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ପ୍ରତିଦିନ ଡାଏଟରେ ସାମିଲ୍ କରନ୍ତୁ ।

୧– ରସୁଣରେ ଥିବା ସେଲେନିୟମ ଲିଭରକୁ ହାନିକାରକ ଟକ୍ସିନ୍ସକୁ ସଫା କରିବାରେ ସାହାଯ୍ୟକାରୀ ହୋଇଥାଏ।
୨– ଡାଲଚିନିରେ ରହିଛି ଗ୍ଲୁକୋଜ୍ ଓ ଫୁକ୍ଟୋଜ୍, ଯାହା ଲିଭରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
୩– ବିଟ୍ ରେ ରହିଛି ବିଟା କ୍ୟାରୋଟିନ୍ , ଯାହା ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟକରେ ।
୪– ସୁସ୍ଥ ଲିଭର ପାଇଁ ଲେମ୍ବୁ ମଧ୍ୟ ନିହାତି ଅପରିହାର୍ଯ୍ୟ । କାରଣ ଏଥିରେ ରହିଥିବା ସାଇଟ୍ରିକ୍ ଏସିଡ୍ ଲିଭର ପାଇଁ ବହୁତ ଭଲ ।
୫- ଅଖରୋଟରେ ରହିଛି ଓମେଗା ୩ ଫ୍ୟାଟି ଏସିଡ୍ , ଯାହା ଡିଟକ୍ସିଫିକେସନରେ ସାହାଯ୍ୟ କରି ଲିଭରକୁ ସଫା ରଖିଥାଏ ।
୬- ଅଦାରେ ରହିଛି ଆଣ୍ଟି ଇନଫ୍ଲାମେଟରୀ ଓ ଆଣ୍ଟିମାଇକ୍ରୋଭିଲ୍ ଗୁଣ, ଯାହା ଲିଭର ଯଦି ଫୁଲି ଯାଇଥାଏ ,      ତାକୁ ଠିକ୍ କରିଥାଏ ।
୭–ହଳଦୀରେ ଥାଏ କରକ୍ୟମିନ୍,ଯାହା ଲିଭରର ଫଙ୍କସନକୁ ଠିକଠାକ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ    କରିଥାଏ ।
୮- ସେଓ ଖାଆନ୍ତୁ, ଏଥିରେ ଥିବା ଫ୍ଲେବୋନଏଡ୍ସ ଲିଭର ଟକ୍ସିନ୍ସକୁ ଦୂର କରି ଲିଭରକୁ ସଫା କରିଥାଏ ।
୯- ପତ୍ରକୋବିରେ ରହିଛି ସଲଫର୍ । ଯାହାଲିଭର ଟକ୍ସିନ୍ସକୁ ଦୂରକରି ଲିଭରକୁ କ୍ଲିନ୍ କରିବା ସହିତ ସୁସ୍ଥ ରଖିଥାଏ ।