ସ୍ମାର୍ଟଫୋନରେ ବ୍ୟକ୍ତିଗତ ଫଟୋକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

51

ସ୍ମାର୍ଟଫୋନରେ ସମସ୍ତେ ନିଜର ବ୍ୟକ୍ତିଗତ ଫଟୋ ରଖିଥାନ୍ତି । ଆଉ ଏହାକୁ ଅନ୍ୟମାନଙ୍କ ନଜରରୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି । ହେଲେ ଏହି ଫଟୋକୁ ଅନ୍ୟମାନେ ଦେଖିଦେଇଥାନ୍ତି । ଆପଣ ଚାହିଁଲେ ନିଜର ବ୍ୟକ୍ତିଗତ ଫଟୋକୁ ଲୁଚାଇ ରଖିପାରିବେ ସ୍ମାର୍ଟଫୋନରେ । ଆପଣାନ୍ତୁ ଏହି ଉପାୟ –

୧ – ଆପଣ ଫୋନରେ ଗୁଗୁଲ୍ ଫଟୋ ଆପକୁ ଓପନ୍ କରି ଫୋନର ଗ୍ୟାଲେରୀକୁ ଯାଆନ୍ତୁ
୨ – ଏହାପରେ ଯେଉଁ ଫଟୋକୁ ଗ୍ୟାଲେରୀରେ ରଖିବାକୁ ଚାହୁଁ ନାହାଁନ୍ତି, ତାହାକୁ ସିଲେକ୍ଟ କରନ୍ତୁ ।
୩ – ସିଲେକ୍ଟ କରିବା ପରେ ଉପରେ ଥିବା ମେନ୍ୟୁକୁ ଯାଆନ୍ତୁ । ଏବେ ସିଲକ୍ଟେ ହୋଇଥିବା ସବୁ ଫଟୋକୁ ଆର୍କାଇଭରେ ମୁଭ୍ କରି ଦିଅନ୍ତୁ ।
୪ – ଫଟୋକୁ ଆର୍କାଇଭରେ ମୁଭ୍ କରି ସାରିବା ପରେ ଆପଣଙ୍କ ଫଟୋ ଆଲବମରୁ ରିମୁଭ୍ ହୋଇଯାଇଥାଏ । ଏହି ଫଟୋ ଆପଣଙ୍କ ଆର୍କାଇଭ୍ ଫୋଲ୍ଡରରେ ରହିଥାଏ ।