ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଜରୁରୀ ଟିପ୍ସ୍

82

୧- ଆପଣ ନିଜର ନିୟମିତ ଜୀବନରେ କିଛି ପରିବର୍ତ୍ତନ ଆଣନ୍ତୁ, ଦିନ ସାରା ୧୫ ଗ୍ଲାସ ପାଣି ପିଅନ୍ତୁ । ସଂନ୍ଧ୍ୟା ୭ ଟା ପୂର୍ବରୁ ୧୦ ଗ୍ଲାସ ପାଣି ପିଇବା ପାଇଁ ଅଭ୍ୟାସ କରନ୍ତୁ । ରାତି ସମୟରେ କମ ପାଣି ପିଇବା ଉଚିତ ।

୨-ସକାଳୁ ଉଠି ଗୋଟେ ଗ୍ଲାସ ପାଣି ପିଅନ୍ତୁ । ନିତ୍ୟକର୍ମ କରି ସାରିବା ପରେ ଉଷୁମ ପାଣିରେ ଲେମ୍ବୁର କିଛି ବୁନ୍ଦା ମିଶାଇ ପିଅନ୍ତୁ । ଏପରି କରିବା ଦ୍ୱାରା ପାଚନକ୍ରିୟା ଭଲ ରହେ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ରହେ ।

୩-ସକାଳୁ ଅଳ୍ପ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଆଦି ରୋଗରୁ ରକ୍ଷା ମଳିଥାଏ ।

୪-ଶରୀର ପାଇଁ ପ୍ରାତଃଭୋଜନ ବହୁତ ଜରୁରୀ । ଏହାକୁ କେବେ ବି ଛାଡନ୍ତୁ ନାହିଁ । ପ୍ରାତଃଭୋଜନରେ ଉପମା, ଓଟସ୍, ପୋହା, ଆଦି ଖାଆନ୍ତୁ । ପ୍ରାତଃଭୋଜନରେ ସାଲାଡ, ଦହି , ସବୁଜ ପନିପରିବା ଅଧିକ ପରିମାଣରେ ସେବନ କରନ୍ତୁ ।

୫-ଖାଇବା ସମୟରେ ମଝିରେ ମଝିରେ ପାଣି ପିଅନ୍ତୁ ନାହିଁ । ଖାଇବା ପରେ ପରେ ମଧ୍ୟ ବହୁତ ପାଣି ପିଅନ୍ତୁ ନାହିଁ ।

୬-ଥଣ୍ଡା ପାଣି ପିଇବାରୁ ଦୂରେଇ ରୁହନ୍ତୁ ।

୭-ରାତ୍ରୀ ଭୋଜନରେ ୧୦ ମିନିଟ ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ । ଏହା ସହ ରାତ୍ରୀ ଭୋଜନରେ ସାଲାଡକୁ ପ୍ରାଥମିକତା ଦିଅନ୍ତୁ ।

୮-ରାତ୍ରୀ ଭୋଜନରେ ଗରିଷ୍ଠ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ରାତିରେ ହାଲକା ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।

୯-ରାତି ୮ ଟା ଭିତରେ ରାତ୍ରୀ ଭୋଜନ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।