ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

31

bananaକନକ ବ୍ୟୁରୋ : ସାଧାରଣତଃ ମୋଟାପଣଟି ଯେପରି ବ୍ୟକ୍ତି ପାଇଁ ଗୋଟିଏ ପ୍ରକାରର ସମସ୍ୟା ହୋଇ ଛିଡ଼ା ହୋଇଥାଏ,ସେହିପରି ଭାବରେ ବ୍ୟକ୍ତିର ପତଳାପଣ ବି ତାକୁ ଚିନ୍ତିତ କରିପକାଏ । କାହିଁକିନା ପତଳା ଲୋକଙ୍କୁ ତାଙ୍କର ପତଳା ଶରୀର ପାଇଁ ବହୁତ ସ୍ଥାନରେ ଉପହାସର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଘରୋଇ ଉପାୟ ବିଷୟରେ କହିବୁ, ଯାହାର ଉପଯୋଗ କରି ଆପଣ କେବଳ ମାତ୍ର ମାସକ ମଧ୍ୟରେ ହିଁ ଆପଣଙ୍କ ଓଜନରେ ବୃଦ୍ଧି ଆଣିପାରିବେ!

ଆବଶ୍ୟକୀୟ ସାମଗ୍ରୀ :
୧-୧ଟି କଦଳୀ।
୨-ଚିନି ଦୁଇ ଚାମଚ।
୩-ଏକ କପ୍‌ କ୍ଷୀର।
୪-ଦୁଇ ଚାମଚ କିସ୍‌ମିସ୍‌।

ପ୍ରଣାଳୀ: ପ୍ରଥମତଃ ଆପଣ ଗୋଟିଏ କଦଳୀକୁ ଆଣି ତାହାକୁ ଭଲଭାବରେ ପେଶିଦିଅନ୍ତୁ । ଏହାପରେ ସେଥିରେ ଦୁଇ ଚାମଚ ଚିନି,ଏକ କପ୍‌ କ୍ଷୀର ଏବଂ ଦୁଇ ଚାମଚ କିସ୍‌ମିସ୍‌କୁ ପକାଇ ଏହାର ଏକ ମିଶ୍ରଣକୁ ପ୍ରସ୍ତୁତ କରନ୍ତୁ । ଏଥିସହିତ ପ୍ରସ୍ତୁତ ହୋଇଥିବା ଉକ୍ତ ଉପାୟର ଉପଯୋଗଟିକୁ ଆପଣ ଆପଣଙ୍କର ସକାଳର ଜଳିଖିଆ ପରେ ହିଁ ପିଇଦିଅନ୍ତୁ । ତେବେ ହଁ ଆପଣଙ୍କୁ ମନେରଖିବାକୁ ହେବ ଯେ,ଯେପରି ଆପଣ ଆପଣଙ୍କର ଓଜନରେ ବୃଦ୍ଧି ଆଣିବାକୁ ଏହି ଉପାୟର ଉପଯୋଗକୁ ଅତିକମ୍‌ରେ ମାସଟିଏ କରନ୍ତିି !