ଗାଧୋଇବା ସମୟରେ କିଛି ଜରୁରୀ ଜିନିଷ ପାଣିରେ ମିଶାନ୍ତୁ ! ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ପାଇବେ ମୁକ୍ତି

69

ଶୀତ ଦିନେ ଥଣ୍ଡା, କାଶ ସମସ୍ୟା ଦେଖାଦେବା ସ୍ୱାଭାବିକ । ଏହି ଶୀତ ଦିନରେ ଅଧିକାଂଶ ଲୋକ ସାଧା ଜଳରେ ଗାଧୋଇଥାନ୍ତି । ଯଦି ଏହି ଜଳରେ କିଛି ଜରୁରୀ ସାମଗ୍ରୀକୁ ବ୍ୟବହାର କରିବା, ତା’ହେଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇ ପାରିବା । ଆଜି ଆପଣଙ୍କୁ ଏଭଳି କିଛି ଜରୁରୀ ସାମଗ୍ରୀ ବିଷୟରେ ଜଣାଇବୁ, ଯାହାକୁ ଜଳରେ ମିଶାଇ ଗାଧେଇବା ଦ୍ୱାରା ଆପଣ ବହୁ କଷ୍ଟ ଓ ପୀଡା ଭଳି ସମସ୍ୟାରୁ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା, ଗାଧୋଇବା ସମୟରେ କେତେକ ଉପକାରୀ ଜିନିଷକୁ ବ୍ୟବହାର କରିବା, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଫିଟିକିରି ଓ ଲୁଣ –
ପ୍ରଥମେ ଏକ ବାଲଟି ଜଳ ନିଅନ୍ତୁ । ଗୋଟେ ଚାମଚ ଫିଟିକିରି ଓ ଗୋଟେ ଚାମଚ ଲୁଣ ନିଅନ୍ତୁ । ଏହା ପରେ ଏହାକୁ ସେହି ବାଲଟି ଜଳରେ ମିଶ୍ରଣ କରନ୍ତୁ । ଏଭଳି କରିବା ଦ୍ୱାରା ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ବହୁ ସାହାଯ୍ୟ କରେ । ଯାହାଦ୍ୱାରା କଷ୍ଟ ଓ ଚିନ୍ତିତ ଭଳି ସମସ୍ୟାରୁ ରକ୍ଷା ପାଇ ପାରିବେ ।

ଲିମ୍ବ ପତ୍ର –
ଲିମ୍ବ ପତ୍ର ବହୁ ଉପକାରୀ ସାମଗ୍ରୀ । ପ୍ରଥମେ ଏକ ଗ୍ଲାସ ପାଣି ନିଅନ୍ତୁ । ସେହି ଗ୍ଲାସରେ ୮ ରୁ ୧୦ ଲିମ୍ବ ପତ୍ର ନିଅନ୍ତୁ । ସେହି ଗ୍ଲାସ ଜଳକୁ ଗରମ କରନ୍ତୁ । ଏହି ଜଳ ଥଣ୍ଡା ହେଲା ପରେ ଏହାକୁ ଛାଣି ଦିଅନ୍ତୁ । ଏହାପରେ ଏହି ପାଣିକୁ ଗୋଟେ ବାଲଟି ପାଣିରେ ମିଶାଇ ଦିଅନ୍ତୁ । ତାହା ପରେ ସେହି ଜଳରେ ଗାଧାନ୍ତୁ । ଯାହା ଆପଣଙ୍କୁ ଚର୍ମ ରୋଗ ଭଳି ସମସ୍ୟାରୁ ମୁକ୍ତି ଦେବ ।

ଗୋଲାପ ଜଳ-
ସାଧାରଣ ଝିଅମାନେ ଗୋଲାପ ଜଳ ତ୍ୱଚାକୁ ସଫା କରିବା ପାଇଁ ବ୍ୟବହୃତ କରିଥାନ୍ତି । ତେବେ ଏହି ଗୋଲାପ ଜଳକୁ ଆମେ ଗାଧୋଇବା ସମୟରେ ବ୍ୟବହାର କରିବା ଦ୍ୱାରା ଦୁର୍ଗନ୍ଧ ଭଳି ସମସ୍ୟାରୁ ବଂଚି ପାରିବେ । ତେବେ ଏକ ବାଲଟି ଜଳ ନିଅନ୍ତୁ । ସେହିି ଜଳରେ ୩-୪ ଚାମଚ ଗୋଲାପ ଜଳ ମିଶାନ୍ତୁ । ବାଲଟିରେ ରହିଥିବା ଦୁର୍ଗନ୍ଧ ଦୂର ହୋଇଯିବ । ଯାହା ଫଳରେ ଆରାମରେ ଆପଣ ଗାଧୋଇ ପାରିବେ । ମନ ମଧ୍ୟ ଶାନ୍ତି ଲାଗିବ ।

ମୁଣ୍ଡବ୍ୟଥା ସମସ୍ୟା –
ମୁଣ୍ଡବ୍ୟଥା ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଘରୋଇ ଔଷଧ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଆପଣାନ୍ତୁ । ଯାହା ଅତି କମ ସମୟରେ ମୁଣ୍ଡବ୍ୟଥା ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ପ୍ରଥମେ ଏକ ବାଲଟି ପାଣି ନିଅନ୍ତୁ । ଏହି ପାଣିରେ ୨ ବା ୩ ଖଣ୍ଡ କର୍ପୂର ନେଇ ମିଶ୍ରଣ କରନ୍ତୁ । ତା’ପରେ ଏହି ପାଣିରେ ଗାଧାନ୍ତୁ । ଦେଖିବେ ମୁଣ୍ଡବ୍ୟଥା ଧିରେ ଧିରେ କମିଯିବ । ଏହାପରେ ଆମଣଙ୍କୁ ଆରାମ ଲାଗିବ ।

( ସୌଜନ୍ୟ- ( ସୌଜନ୍ୟ- ଡେଲିହଣ୍ଟ) )