ଦୀପାବଳିକୁ ଖୁସିରେ କଟେଇବା ପାଇଁ ଚାହୁଁଛନ୍ତି କି ? ଶ୍ୱାସରୋଗୀ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . .

183

ଦୀପାବଳି ଭାରତର ସବୁଠାରୁ ବଡ଼ ପର୍ବ ମଧ୍ୟରୁ ଏକ । ଆଲୋକର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ସମେସ୍ତ ଚାହାନ୍ତି । ଏହି ଦିନରେ ପରିବାର ଲୋକ, ବନ୍ଧୁବାନ୍ଧବ ଏକାଠି ହୋଇ ଦୀପାବଳୀକୁ ଅତ୍ୟନ୍ତ ଆଗ୍ରହ ସହକାରେ ପାଳନ କରନ୍ତି । ଘରେ ଦୀପ ଜଳିବା ସହ ଅନେକ ପ୍ରକାର ମିଠା ବଂଟାଯାଏ । ଏହା ବ୍ୟତୀତ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି । କିନ୍ତୁ ଯେଉଁ ମାନେ ଶ୍ୱାସରୋଗୀ ସେମାନଙ୍କ ପାଇଁ ଏହି ଦିନରେ ସାବଧାନତା ଅବଲମ୍ବନ କରିବା ଉଚିତ୍ ।

ବାଣରୁ ବାହାରୁଥବା ବିଷାକ୍ତ ଗ୍ୟାସ୍ ତୁରନ୍ତ ଶ୍ୱାସନଳୀକୁ ପ୍ରଭାବିତ କରେ ଯାହା ଶ୍ୱାସରୋଗୀଙ୍କ ପାଇଁ କ୍ଷତିକାରକ । ଏହାସହ ଦୀପାବଳି ସମୟରେ ପାଗର ପରିବର୍ତ୍ତନ ଯୋଗୁଁ ଆଉ ଅଧିବ ଅସୁବିଧା ହୁଏ । ଯଦି ଆପଣ ଶ୍ୱାସ ରୋଗୀ ତେବେ ଦୀପାବଳୀରେ ଆପଣଙ୍କୁ ଟିକେ ଅଧିକ ସାବଧାନ ରହିବା ପାଇଁ ପଡ଼ିବ । କାରଣ ଟିକଏ ମାତ୍ର ଅସାବଧାନତା ଆପଣଙ୍କୁ ରୋଗରେ ପକାଇପାରେ । ବାଣରେ କେମିକାଲ ଥାଏ ଯାହା ବାୟୁରେ ମିଶି ପରିବେଶ ପ୍ରଦୂଷଣ କରେ । ଏହି ବାୟୁକୁ ଯେତେବେଳେ ଶ୍ୱାସରୋଗୀ ଗ୍ରହଣ କରନ୍ତି, ସୋମନଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ । ତେବେ ଶ୍ୱାସରୋଗୀଙ୍କ ପାଇଁ ଦୀପାବଳିରେ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ୍ –

– ଦୀପାବଳିରେ ସମସ୍ତେ ଘର ସଫାସୁତୁରା କରିଥାଆନ୍ତି । ଆପଣ ଯଦି ଶ୍ୱାସରୋଗୀ ତେବ ଏସବୁ ଚକ୍କରରେ ପଡ଼ନ୍ତୁ ନାହିଁ । ଘରର ସଫାସୁତୁରା ଦୂରେଇ ରୁହନ୍ତୁ ଏବଂ ଅନ୍ୟ କାହା ସାହାଯ୍ୟର ଅପାଣ ଘର ସଫା କରିବା ଉଚିତ୍ । ଧୂଳିମାଟି ଶ୍ୱାସ ରୋଗୀଙ୍କ ପାଇଁ ଅଧିକ କ୍ଷତିକାରକ । ଏଥିପାଇଁ ଏସବୁରୁ ଦୂରେଇ ରହିବା ପାଇଁ ଚେଷ୍ଟା କରୁନ୍ତୁ ।

– ଦୀପାବଳୀରେ ଅଧିକ ଧୂଆଁ ଓ ପ୍ରଦୂଷଣ ହୁଏ । ଏଥିପାଇଁ ଭଲ ହେବ ଘରୁ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ ।

– ଏହି ଦିନ ମାନଙ୍କରେ ଆପଣ ହାତରେ ରୁମାଲ ନିହାତି ଧରନ୍ତୁ । ଯାହାଦ୍ୱାରା ଜରୁରୀ ସମୟରେ ନିଜର ମୁହଁ ଓ ନାକ ଆପଣ ବନ୍ଦ କରିପାରିବେ ।

– ଦୀପାବଳିରେ ଭୁଲରେ ବିିନା ଇନହିଲରରେ କୁଆଡ଼େ ଯାଆନ୍ତୁ ନାହିଁ । ଯେତବେଳେ ବି କିଛି ଅଡ଼ୁଆ ଅନୁଭବ ହେଉଛି ଇନହିଲରର ବ୍ୟବହାର କରନ୍ତୁ ।

– ଦୀପାବଳୀରେ ମିଠା ଖାଇବାରୁ ଦୂରେଇ ରହିବା ବହୁତ କଷ୍ଟକର । କିନ୍ତୁ ଏ ସମୟରେ ଅଧିକ ଖାଦ୍ୟ ତଥା ତୈଳଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।