ଚୋରି ହୋଇଥିବା ସ୍ମାର୍ଟଫୋନକୁ ଖୋଜିବାର ୩ଟି ସରଳ ଉପାୟ ! ଜାଣନ୍ତୁ, ଅସୁବିଧା ସମୟରେ କାମରେ ଆସିବ

194

ଆପଣଙ୍କ ସ୍ମାର୍ଟଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ କିଛି ଏପରି କୌଶଳ ଅଛି ଯାହାଦ୍ୱାରା ଆପଣ ଫୋନ୍ ଟ୍ରେସ୍ କରିପାରିବେ । ସ୍ମାର୍ଟଫୋନରେ ବ୍ୟାଙ୍କ ଆକାଉଂଟ ସମ୍ମନ୍ଧିତ ତଥ୍ୟ , ବ୍ୟକ୍ତିଗତ ଫଟୋ, ଦରକାରୀ ଡକ୍ୟୁମେଂଟ ଓ କଣ୍ଟାକ୍ଟ ନମ୍ବର ଆଦି ସେଭ ଥାଏ । ଏପରିସ୍ଥଳରେ ସ୍ମାର୍ଟଫୋନ ଚୋରି ହେଲେ ଆପଣଙ୍କ ତଥ୍ୟ ଲିକ୍ ତଥା ଅପବ୍ୟବହାର ହେବାର ସମ୍ଭାବନା ଥାଏ । ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ କିଛି କୌଶଳ ଅବଲମ୍ବନ କରିବା ପାଇଁ ପଡ଼ିବ ।

ଆଂଟି ଥେପ୍ଟ ଆଲାର୍ମ : ଏହାକୁ ନିଜ ଫୋନରେ ଡାଉନଲୋଡ଼୍ କରି ଆକ୍ଟିଭେଟ୍ କରିନିଅନ୍ତୁ । ଏହାପରେ ଅନ୍ୟ କେହି ଆପଣଙ୍କ ମୋବାଇଲ ଛୁଇଁବାପାଇଁ ଚେଷ୍ଟା କଲେ, ଆପଣଙ୍କ ମୋବାଇଲରେ ଆଲାର୍ମ ବାଜିବ । ଯଦି ଗହଳି ଅଂଚଳରେ ଫୋନ ଚୋରି କରିବା ପାଇଁ କେହି ଚେଷ୍ଟା କରୁଛି, ତେବେ ଆପଣଙ୍କୁ ତୁରନ୍ତ ଜଣାପଡ଼ିଯିବ ।

ଲୁକ ଆଉଟ୍ ସିକ୍ୟରିଟି ଆଣ୍ଡ ଆଂଟିଭାଇରସ୍ : ଏହି ଆପରେ ଗୁଗଲ ମ୍ୟାପ ସାହାଯ୍ୟରେ ଲୋକେସନ ଜଣାପଡ଼ିଯିବ । ଯଦି ଚୋରି ପରେ ଆପଣଙ୍କ ଫୋନ ସ୍ୱିଚ ଅଫ୍ ହୁଏ, ଆପଣଙ୍କ ଫୋନର ଶେଷ ଲୋକେସନ ଜଣାପଡ଼ିଯିବ । ଆଉ ଚୋରି ହୋଇଥିବା ଫୋନକୁ ଖୋଜିବା ସହଜ ହୋଇଯିବ ।

ଥିକ୍ ଟ୍ରାକର୍ : ଏହି ଆପ ଚୋରି ହୋଇଥିବା ଫୋନକୁ ଖୋଜିବାରେ ସାହାଯ୍ୟ କରେ । ଫୋନ ଚୋରିହେବା ପରେ ବ୍ୟକ୍ତିରୁ ପୁରା ସୂଚନା ଖୋଜିହେବ । ଏଥିରେ ଏକ ଖାସ ଫିଚର ରହିଛି । ଫୋନର କିଛି କଲେ ଏହି ଫିଚର ଚୋରର ଫଟୋ କ୍ଲିକ କରି ଲୋକସେନ ସହ ମେଲ ପଠାଇଦେବ ।