ମୋବାଇଲ ଡାଟା ଶୀଘ୍ର ଶେଷ ହେଉଛି କି ? ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣାନ୍ତୁ ଏହି କୌଶଳ

43

ଆଜିକାଲି ଜିଓର ଜମାନା ଚାଲିଛି । ମାଗଣା ଡାଟା ଯୋଗୁଁ ଜିଓ ୟୁଜର ମୋବାଇଲ ଡାଟାର କୌଣସି ହିସାବ ରଖୁନାହାନ୍ତି କିନ୍ତୁ ଏପ୍ରିଲ ଠାରୁ ସେମାନଙ୍କୁ ମଧ୍ୟ ଡାଟାର ହିସାବ ରଖିବା ପାଇଁ ପଡିବ । ତେବେ ଚାଲନ୍ତୁ ଆଜି ଆମେ ଆପଣ କିପରି ମୋବାଇଲ ଇଣ୍ଟରନେଟ ଡାଟା ବଞ୍ଚାଇ ପାରିବେ ସେ ନେଇ କିଛି କୌଶଳ ଜଣାଇବୁ । ଯଦି ଆପଣ ମୋବାଇଲରେ ଗୁଗୁଲ କ୍ରୋମ ବ୍ୟବହାର କରୁଛନ୍ତି ତେବେ ତା’ର ସେଟିଂକୁ ଯାଇ ଡାଟା ସେଭରକୁ ଅନ କରନ୍ତୁ । ଏମିତିରେ ଆପଣଙ୍କ ବହୁତ ଡାଟା ବଞ୍ଚିବ । କିନ୍ତୁ ଭିଡିଓ, ଫୋଟୋ ମୋବାଇଲରେ କିଛି ସମୟ ଧରି କମ୍ପ୍ରେସ ହୋଇ ଦେଖାଯିବ ।

ମୋବାଇଲ ଡାଟାକୁ ସବୁବେଳେ ଅନ କରନ୍ତୁ ନାହିଁ । ଅନେକ ଥର ଏପରି ହୁଏ ଆମେ ମୋବାଇଲ ଡାଟା ଅଫ କରିବାକୁ ଭୁଲି ଯାଆନ୍ତି, ଏମିତି କରିବା ଦ୍ୱାରା ବ୍ୟାକଗ୍ରାଉଣ୍ଡରେ ବହୁତ ଡାଟା ଆପେ ଆପେ ବ୍ୟବହୃତ ହୋଇଯାଏ, ଯାହା ଆପଣଙ୍କୁ ଜଣାପଡିନଥାଏ । ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କ ମୋବାଇଲ ଡାଟା ଶେଷ ହୋଇଯାଏ ।

ଏହାବ୍ୟତୀତ ମୋବାଇଲ ସେଟିଂରେ ଯାଇ ଡାଟା ୟୁସେଜର ବିକଳ୍ପ ବାଛନ୍ତୁ ଏବଂ ଯେଉଁ ଆପର ଡାଟା ବ୍ୟବହାର କମ୍ କରିବାର ଅଛି ତା’ଉପରେ କ୍ଲିକ କରି ‘ରେଷ୍ଟ୍ରିକ୍ଟ ଆପ ବ୍ୟାକଗ୍ରାଉଣ୍ଡ’କୁ ଅନ କରନ୍ତୁ । ଏହାସହ ନିଜ ଫୋନର ପ୍ଲେ ଷ୍ଟୋର ସେଟିଂରେ ଯାଇ ଅଟୋ ଅପଡେଟ ଉପରେ କ୍ଲିକ କରନ୍ତୁ ଏବଂ ସେଠାରୁ ‘ଅଟୋଅପଡେଟ ଆପ ଓଭର ୱାଇଫାଇ ଅନଲି’ ସିଲେକ୍ଟ କରନ୍ତୁ । ଏମିତିରେ ଆପଣ ଡାଟା ଖର୍ଚ୍ଚ କମ କରିପାରିବେ ।

ଅନଲାଇନ ଷ୍ଟ୍ରିମିଙ୍ଗରେ ମୋବାଇଲ ଡାଟା ବହୁତ ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଆପଣ ଯଦି ୟୁଟ୍ୟୁବରେ ଭିଡିଓ ଦେଖୁଛନ୍ତି ତେବେ ଆପଣଙ୍କୁ ଅଫଲାଇନର ମଧ୍ୟ ବିକଳ୍ପ ମିଳିବ । ମୋବାଇଲ ୱାଇଫାଇ ଅନ ରଖନ୍ତୁ ଯାହାଦ୍ୱାରା ଆପଣ ଫାଇଦାରେ ରହିବେ । ସାଧାରଣ ସ୍ଥାନର ୱାଇଫାଇ ଯୋଗୁଁ ଆପଣ ମାଗଣାରେ ଇଣ୍ଟରନେଟ ବ୍ୟବହାର କରିପାରିବେ ଓ ଆପଣଙ୍କ ଫୋନ ମଧ୍ୟ ଅପଡେଟ ହୋଇଯିବ । ଏମିତିରେ ଆପଣଙ୍କ ମୋବାଇଲ ଡାଟା ମଧ୍ୟ କମ ଖର୍ଚ୍ଚ ହେବ ।