ଓଜନ ବଢାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

96

ବର୍ତ୍ତମାନ ଯୁବପୀଢି ସୋମାନଙ୍କ ଫିଜିକାଲ ଫିଟନେସକୁ ନେଇ ସର୍ବଦା ସଜାଗ । ତେଣୁ ମୋଟା ହେଲେ ପତଳା ହେବା ଲାଗି ଜିମ ଯିବା, ଖାଦ୍ୟ ନିୟନ୍ତ୍ରଣ ଆଦି କରୁଛନ୍ତି । ହେଲେ ଯେଉଁମାନେ ଆବଶ୍ୟକରୁ ଅଧିକ ପତଳା ଏହା ସେମାନଙ୍କ ବ୍ୟକ୍ତିତ୍ୱରେ ଆଂଚ ଆଣୁଛି । ଯେଉଁଥିଲାଗି ଅନେକ ବିଭିନ୍ନ ଔଷଧ ଖାଉଛନ୍ତି ଏବଂ କେହି କେହି ଏହାର ପାଶ୍ୱର୍ ପ୍ରତିକ୍ରିୟାର ଶୀକାର ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରକୃତିକ ଉପାୟରେ ଓଜନ ବୃଦ୍ଧି ଲାଗି ଜାଣି ରଖନ୍ତୁ କିଛି ଟିପ୍ସ…

– ସର୍ବପ୍ରଥମେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦିଅନ୍ତୁ । କେବଳ ପାଟିକୁ ସ୍ୱାଦ ଲାଗୁଥିବା କିମ୍ବା ପସନ୍ଦର ଖାଦ୍ୟ ବାଛିବା ପରିବର୍ତ୍ତେ ସବୁପ୍ରକାର ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ।

– ଖାଦ୍ୟରେ କ୍ୟାଲେରୀ ମାତ୍ରା ବଢାନ୍ତୁ । ପ୍ରୋଟିନ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ ।

– ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରିହିଛି । ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢିବାରେ ସାହାଯ୍ୟ କରିବ ।

– ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠାରୁ ଭଲ । ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ । ନ ହେଲେ ସକାଳୁ ଏହାର ସେକ ପିଇପାରିବେ । କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ ।

– ପନୀରର ବିଭିନ୍ନ ଆଇଟମ ଖାଆନ୍ତୁ । ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ ।

– ସକାଳ ଜଳଖିଆରେ ବ୍ରେଡ ସହ ୨ଟି ଅଣ୍ଡା କିମ୍ବା ଆମଲେଟ୍ ଖାଆନ୍ତୁ । ଏହା ଖୁବ ଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ ।

– ପ୍ରତିଦିନ ସକାଳୁ ଅଳ୍ପ ମହୁ ଖାଆନ୍ତୁ । ଏହା ଅଧିକ ଓଜନକୁ କମାଇବା ପରି କମ୍ ଓଜନକୁ ମଧ୍ୟ ବଢାଇ ପାରେ ।

– ଖାଦ୍ୟ ତାଲିକାରେ ବଟରକୁ ସାମିଲ କରନ୍ତୁ । ବିଶେଷ କରି ପିନଟ୍ ବଟରରେ ଥିବା ମୋନୋସାଚୁରେଟେଡ ଫ୍ୟାଟ ଆପଣଙ୍କ ଓଜନ ଶୀଘ୍ର ବଢାଇବ ।

– ମନେ ରଖନ୍ତୁ ମୋଟା ହେବା ଆଶରେ ଅଧିକ ତେଲ ମସଲାଯୁକ୍ତ ଖାଦ, ଫାଷ୍ଟଫୁଡ, ଫୁଡ ସପ୍ଲିମେଣ୍ଟ, ପ୍ରୋଟିନ ପାଉଡର ଆଦି ଗ୍ରହଣ କରିବା ଠିକ ନୁହେଁ । କାରଣ ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ତେଣୁ ସୁଷମ ଆହାର ଗ୍ରହର ଗ୍ରହଣ କରନ୍ତୁ । ଓଜନ ବଢୁଛି କି ନାହିଁ ଜଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ । ନଚେତ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ଅସୁବିଧା ହୋଇପାରେ ।