ବିବାହ କଲେ ୟୁପିଏସସି ଟପ୍ପର! ବିବାହ ବନ୍ଧନରେ ଆବଦ୍ଧ ହେଲେ ୟୁପିଏସସି ଟପ୍ପର ଟିନା ଡାବି ।

86

୨୦୧୫ର ୟୁପିଏସସି ଟପ୍ପର ଟିନା ଡାବି ଏବଂ ରନରଅପ ରହିସାରିଥିବା କାଶ୍ମୀର ଯୁବକ ଅତହର ଆମିଲ ଉଲ ସଫି ଖାନଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂବନ୍ଧ ବହୁ ଦିନରୁ ଚର୍ଚ୍ଚାରେ ଥିବାବେଳେ ନିକଟରେ ଦୁହେଁ ବୈବାହିକ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି । ଏହି ନବଦମ୍ପତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶନିବାର ଜମ୍ମୁ-କାଶ୍ମୀରର ପହଲଗାମଠାରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ବିବାହରେ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ସହ ଡାବି ଶୁକ୍ରବାର ପହଲଗାମ କ୍ଲବରେ ପହଞ୍ଚିଥିଲେ । ସେଠାରେ ଦୁହିଁଙ୍କ ବିବାହ ଆୟୋଜନ କରାଯାଇଥିଲା । ବିବାହ ସମ୍ପନ୍ନ ହେବା ପରେ ଅତିଥିଙ୍କ ସହ ନବଦମ୍ପତୀ ଅତହରଙ୍କ ବାସଭବନ ଦେବପୋରା ମେଟନ ଯାଇଥିଲେ । ରିପୋର୍ଟ ଅନୁସାରେ, ଦିଲ୍ଲୀର ପର୍ସନାଲ ଆଣ୍ଡ ଟ୍ରେନିଙ୍ଗ ବିଭାଗରେ ଦୁହିଁଙ୍କ ଦେଖାସାକ୍ଷାତ ହୋଇଥିଲା ଯାହା ବନ୍ଧୁତା ଏବଂ ପରମୁହୂର୍ତ୍ତରେ ପ୍ରେମର ରୂପ ନେଇଥିଲା । ଦୁହିଁଙ୍କ ପ୍ରେମବିବାହକୁ ନେଇ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମହାସଚିବ ମୁନ୍ନା କୁମାର ଶର୍ମା ଏହାକୁ ଲଭ ଜିହାଦର ଏକ ଅଂଶ କହିଥିଲେ । ଟିନା ଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଥିଲେ “ମୁଁ ସ୍ୱତନ୍ତ୍ର ଚିନ୍ତାଧାରା ରଖୁଥିବା ଜଣେ ନାରୀ ମୋ ପାଇଁ କ’ଣ ଭଲ ରହିବ ଏବଂ ଖରାପ ହେବ ତାହା ମୁଁ ଠିକ ରୁପେ ଜାଣିଛି । ପରିବାର ସହମ୍ମତି ଏବଂ ଜୀବନସାଥିଙ୍କ ବ୍ୟବହାର ମୋ ଜୀବନରେ ସୁଖ ଭରିଦେବ ତାହା ମୁଁ କଳନା କରୁଛି ।”