ପିପିଲି ପୀଡିତାଙ୍କ ପୂରା କାହାଣୀ! ୭ ବର୍ଷ ମଧ୍ୟରେ ହୋଇଥିଲା କ’ଣ?

236

କନକ ବ୍ୟୁରୋ : ଯେଉଁ ଘଟଣାକୁ ନେଇ ଦିନେ ସାରା ରାଜ୍ୟ ଉଠୁଥିଲା, ପଡୁଥିଲା । ତା’ର ଶେଷ ନିର୍ଯ୍ୟାସ୍ ଆସିଲା, ବେଳକୁ ଫଳଘର ଯେମିତି ଶୂନ୍ । ୨୦୧୧ ଜୁନ୍ ୨୯ରୁ ଡିସେମ୍ବର ୨୪, ୨୦୧୮  ପ୍ରାୟ ୭ବର୍ଷ ଭିତରେ ପିପିଲିର ବିଭତ୍ସ ହତ୍ୟାକାଣ୍ଡ ଯେମିତି କୌଣସି ଏକ ଫିଲ୍ମର କ୍ଲାଇମାକ୍ସ ଭଳି ସାମ୍ନାକୁ ଆସିଛି । ପିପିଲି ପୀଡ଼ିତାଙ୍କ ପୂରା କାହାଣୀ ଉପରେ ।

୨୯ ନଭେମ୍ବର ୨୦୧୧ । ପିପିଲି, ଅର୍ଜୁନଗୋଦା ଗାଁରେ ଶୌଚ ହେବା ପାଇଁ ଘରୁ ପଦାକୁ ଗୋଡ କାଢ଼ିଥିଲା ଜଣେ ଝିଅ । ଠିକ୍ ୭ଟା ୪୫ଟା ଜଣେ ଟ୍ରକ୍ଟର ଚାଳକ ଖବର ଦେଲେ ଝିଅ, ଉଲଗ୍ନ ଅବସ୍ଥାରେ ଅଚେତ ହୋଇ ପଡ଼ିଛି । ଅଚେତ ଝିଅକୁ ପ୍ରଥମେ ପିପିଲି ଏବଂ ପରେ କଟକ ଡାକ୍ତରଖାନାକୁ ଅଣା ଯାଇଥିଲା । ଏଇଠୁ ଆରମ୍ଭ ହୋଇଥିଲା ପୁରା କାହାଣୀ । ନଜର ପକାନ୍ତୁ ପିପିଲି ପୀଡିତାଙ୍କ ଘଟଣାକ୍ରମ ଉପରେ ।

-୨୦୧୧, ନଭେମ୍ବର ୨୯ ତାରିଖ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୀଡ଼ିତା

-୨୦୧୨, ଜାନୁୟାରୀ ୯ ତାରିଖ ବହୁ ଚାପ ପରେ ପିପିଲି ଥାନାରେ ମାମଲା ରୁଜୁ

-ଜାନୁୟାରୀ ୧୧, କ୍ରାଇମବ୍ରାଂଚକୁ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

-ଜାନୁୟାରୀ ୧୩, ପିପିଲି ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟ ନିଲମ୍ବିତ

-ଜାନୁୟାରୀ ୧୫ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଓରଫ ପଶେଇ ଗିରଫ

-ଜାନୁୟାରୀ ୧୬, ୧୭, ୧୮ରେ ୨ୟ, ୩ୟ ଏବଂ ୪ର୍ଥ ଅଭିଯୁକ୍ତ ଗିରଫ

-ଜାନୁୟାରୀ ୨୪, ଚାକିରିରୁ ବହିଷ୍କୃତ ହେଲେ ଅମୂଲ୍ୟ ଚମ୍ପତିରାୟ

-ମାର୍ଚ୍ଚ ୧୯, ମେଡ଼ିକାଲରେ ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ହେଲା

-ମେ ୧୧, ୩ୟ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ୍

-୩ୟ ଚାର୍ଜସିଟରେ ଅମୂଲ୍ୟ ଚମ୍ପତିରାୟ ମାମଲା ଚାପିଥିବା ଉଲ୍ଲେଖ

-ଜୁନ୍ ୧୯, ପୀଡ଼ିତାଙ୍କ ବ୍ରେନ୍ ଡେଡ୍ ଘୋଷଣା

-ଜୁନ୍ ୨୧, ପୀଡ଼ିତା ବବିନା ମୃତ ବୋଲି ଘୋଷଣା

ଅଭିଯୋଗରୁ ମାମଲା ରୁଜୁ ହେବା ପାଇଁ ଯେଉଁ ଘଟଣାକୁ ପ୍ରାୟ ୨ ମାସ ସମୟ ଲାଗିଗଲା, ଯେଉଁ ଘଟଣାକୁ ଚାପିଦେବା ପାଇଁ ପୁଲିସ୍, ଡାକ୍ତର, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଅଛି ବୋଲି ଅଭିଯୋଗ ହେଲା ସେହି ଘଟଣାର ପରିଣାମ ବୋଧେ ଶେଷରେ ଏଇଆ ହିଁ ଆଶା କରାଯାଉଥିଲା ।

ନ୍ୟାୟ ପ୍ରକ୍ରିୟା ଭିତରେ ପରିବାର ଲୋକଙ୍କୁ କମ୍ କସରତ କରିବାକୁ ପଡ଼ିନଥିଲା ।

– ପିପିଲି ଘଟଣାରେ ୯୯ ସାକ୍ଷୀଙ୍କ ମଧ୍ୟରୁ ୭୬ ସାକ୍ଷ୍ୟ ଦେଇଥିଲେ

– ୧୫ ଜଣ ଡାକ୍ତରଙ୍କ ବୟାନ ଗ୍ରହଣ କରାଯାଇଥିଲା

-୪୯ ଡକ୍ୟୁମେଂଟ ଆଧାରରେ ରାୟ ଶୁଣାଣି ହୋଇଥିଲା

-ଘଟଣା ନେଇ ସରକାରଙ୍କୁ ରିପୋର୍ଟ ଦେଇଥିଲେ ପି.କେ ମହାନ୍ତି କମିଶନ

ପୁଲିସରୁ କ୍ରାଇମବ୍ରାଂଚ୍, କମିଶନରୁ ହାଇକୋର୍ଟ ନ୍ୟାୟ ଆଶାରେ ଦୀର୍ଘ ବର୍ଷ ଧରି ଯେଉଁ ଉଦ୍ୟମ କରିଥିଲେ ପୀଡ଼ିତାଙ୍କ ପରିବାର, ଶେଷରେ ତାହା ନିଷ୍ଫଳ ହୋଇଛି ।