ଚାଲିଛି ଟିମନ୍ ସାମ୍ରାଜ୍ୟ ଉଚ୍ଛେଦ ପ୍ରକ୍ରିୟା : ଘଟଣାସ୍ଥଳରେ ୬ ପ୍ଲାଟୁନ ପୁଲିସ ଫୋର୍ସ

16

ବଲାଙ୍ଗୀର : ବଲାଙ୍ଗୀର ଡନ୍  ଟିମନର ସରକାରୀ ଜମି ଉପରେ ନିର୍ମାଣ କରିଥିବା ବେଆଇନ ଘରକୁ ଆଜି ବି ଉଚ୍ଚେଦ କରୁଛି ପ୍ରଶାସନ ।  ଗତକାଲି ଜେସିବି ମେସିନ ଲଗାଇ ଗ୍ୟାରେଜ୍ ସହ ଆଠଟି ଘର ଭଂଗା ଯାଇଥିଲା । ଆଜି ଦ୍ୱିତୀୟ ଦିନରେ ୫ଟି ବଡକୋଠା ଭଂଗାଯିବାକୁ ସ୍ଥିର ହୋଇଛି । ମାଜିଷ୍ଟେଟ୍ ଓ ପୌରପାଳିକା ଅଧିକାରୀଙ୍କ ଉପସସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଡୋଜର ଲଗାଇ  ଲର୍କିପାଲିରେ ଥିବା ବେଆଇନ ନିର୍ମାଣ ଘର ଭଙ୍ଗା ଯାଉଛି । ଘଟଣା ସ୍ଥଳରେ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଏପ୍ରିଲ ୨୪ ତାରିଖରେ ଟିମନକୁ ଗିରଫ କରିଥିଲା ପୁଲିସ । ବର୍ତମାନସୁଦ୍ଧା ଟିମନ ନାଁରେ ୧୦ଟି ମାମଲା ରୁଜୁ ହୋଇଛି । ସେପଟେ ଟିମନ୍ ଲିଂକ୍ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି ।