ରାଜ୍ୟରେ କାଳବୈଶାଖୀ ପ୍ରଭାବ : ୧୧ଯାଏ ଲାଗି ରହିବ ଏମିତି ପାଗ

39

କନକ ବ୍ୟୁରୋ : ଆଗାମୀ ୧୧ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ । ୨୪ଘଂଟା ମଧ୍ୟରେ ଉତ୍ତର ଓଡିଶା ଓ ଆଖପାଖ ଅଂଚଳ ଓ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବାର ଅନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମତ୍ସ୍ୟଜୀବିଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଗଲା ୨୪ଘଂଟା ଭିତରେ ଡେରାବିଶରେ ୮୪ମିଲିମିଟର ବର୍ଷା, କେନ୍ଦ୍ରାପଡାରେ ୪୮ମିଲିମିଟର, ବାରକୋଟରେ ୪୩ମିଲିମିଟର ଓ ଭୁବନେଶ୍ୱରରେ ୭.୭ମିଲିିମିଟର ବର୍ଷା ରେକର୍ଡ କରାଯାଇଛି । ଆରବ ସାଗରରୁ ଆସୁଥିବା ଦକ୍ଷିଣ ପଶ୍ଚିମା ଜଳୀୟବାଷ୍ପପୂର୍ଣ୍ଣ ଓ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ପ୍ରଭାବରେ ବର୍ଷା ହେଉଛି ।ଏହି ସୂଚନା ଦଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।