ଶୀତରେ ରାଶି ଲଡୁ ଖାଇବା ଖୁବ୍ ଭଲ : ଜାଣନ୍ତୁ ଏଥିରୁ କିପରି ଫାଇଦା ପାଇପାରିବେ

2

ପ୍ରମୁଖ କଥା – ୧ – ଥଣ୍ଡା ଦୂର କରେ
                 ୨- ଶ୍ୱାସରୋଗରୁ ମିଳେ ମୁକ୍ତି
                 ୩ – ଦୁର୍ବଳତା ଦୂର କରିଥାଏ

ମକର ସଂକ୍ରାନ୍ତି ଅବସରରେ ରାଶି ଓ ଗୁଡର ଲଡୁ ଖିଆଯାଇଥାଏ । ଏହା କେବଳ ଖାଇବାରେ ସ୍ୱାଦିଷ୍ଟ ହୋଇନଥାଏ , ଏହା ଅନେକ ଗୁଣ ରେ ଭରପୁର ଥାଏ । ରାଶିରେ ଭରପୁର ମାତ୍ରାରେ କ୍ୟାଲସିୟମ, ଆଇରନ୍ , ଅକଜାଲିକ୍ ଏସିଡ୍ , ଆମିନୋ ଏସିଡ୍ , ପ୍ରୋଟିନ୍ ,ଭିଟାମିନ୍ ବି ,ସି ଓ ଇ ଥାଏ । ଗୁଡରେ ମଧ୍ୟ ସୁକ୍ରୋଜ ଗ୍ଲୁକୋଜ ଓ ଖଣିଜ ତରଳ ମିଳିଥାଏ । ଯେବେ ଏହି ସବୁ ଉପାଦାନ ଏକାସାଥିରେ ମିଳେ ତ ଏହି ଲଡୁର ଗୁଣ ଆହୁରି ବଢିଯାଏ । କେଉଁ କେଉଁ ସମସ୍ୟା ଦୂର ହୁଏ ଏହି ରାଶି ଲଡୁ ଖାଇଲେ , ଆସନ୍ତୁ ଜାଣିବା –

୧ – ଥଣ୍ଡା ଦୂର କରେ – ଲଡୁ ଥଣ୍ଡା ବା ଶୀତ ସମୟରେ ହେଉଥିବା ସମସ୍ୟା ଯଥା ଥଣ୍ଡା-କାଶ ଓ ଗଣ୍ଠିରେ ପୀଡାରେ ଆରାମ ଦେଇଥାଏ । ଏହାସହ ଯେଉଁଲୋକଙ୍କୁ ଅଧିକ ଥଣ୍ଡା ହୋଇଥାଏ । ସେମାନଙ୍କ ପାଇଂ ଲଡୁ ବହୁତ ଫାଇଦାପୂର୍ଣ୍ଣ ଅଟେ । ଏହାର ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଉଷ୍ମତା ସୃଷ୍ଟି ହୋଇଥାଏ ଓ ଥଣ୍ଡା ଶରୀରକୁ ପ୍ରଭାବିତ କରିପାରିନଥାଏ ।

୨ – ବଦହଜମି ଠିକ୍ କରିଥାଏ – ଯଦି ଆପଣଙ୍କୁ ବଦହଜମିର ସମସ୍ୟା ଥାଏ ତ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ । ପ୍ରତିଦିନ ଏହି ଲଡୁ ଖାଆନ୍ତୁ । ଯାହାକୁ ରାଶି ପସନ୍ଦ ନୁହେଁ ସେମାନେ କେବଳ ଗୁଡ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିିଳିଥାଏ ।

୩ – ଶ୍ୱାସରୋଗରୁ ଉପଶମ ମିଳେ – ସର୍ଦ୍ଦି ସମୟରେ ଶ୍ୱାସରୋଗ ପାଇଁ ବହୁତ ସମସ୍ୟା ହୁଏ । ବାୟୁରେ ଅମ୍ଳଜାନର ହ୍ରାସ ଓ ବଢୁଥିବା ପ୍ରଦୁଷଣରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହିପରି ମସୟରେ ଶରୀରରୁ ଗରମ ରଖିବା ପାଇଁ କଫକୁ ବାହାରକୁ କାଢିବା ପାଇଁ ପ୍ରତିଦିନ ରାଶି ଲଡୁ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଆପଣ ଚାହିଁଲେ ଏହି ଲଡୁକୁ ଦୁଗ୍ଧ ସହ ମିଶାଇ ମଧ୍ୟ ବ୍ୟବହାର କରିପାରିବେ ।

୪- ଗଣ୍ଠି ପୀଡାରେ ଉପଶମ – ପ୍ରତିଦିନ ରାଶି ଲଡୁର ସେବନ ଗଣ୍ଠି ପୀଡା ପାଇଁ ଭଲ କାମ ଦେଇଥାଏ । କାରଣ ଗୁଡ ଓ ରାଶିରେ ଥିବା ଆଇରନ୍ ଗଣ୍ଠିକୁ ଶକ୍ତ କରିଥାଏ । ଆପଣ ଏହି ଲଡୁକୁ ପ୍ରତିଦିନ ରାତିରେ ଦୁଗ୍ଧ ସହ ଖାଆନ୍ତୁ । କାରଣ ଦୁଗ୍ଧ ସାହାଯ୍ୟରେ କ୍ୟାଲସିୟମ ଓ ଭିଟାମିନ୍ ଡି ମଧ୍ୟ ଆପଣଙ୍କୁ ମିଳିବ । ଯାହା ଦେହର ହାଡଗୁଡିକ ପାଇଁ ବିଶେଷ ଫାଇଦାପୂର୍ଣ୍ଣ ହେବ ।

୫ -ଦୁର୍ବଳତା ଦୂର କରେ – ଯଦି ହାଲକା ଦୌଡିଲା ପରେ ଥକି ଯାଉଛନ୍ତି ବା ପୁଣି ଥଣ୍ଡା ଯୋଗୁଁ ଆପଣଙ୍କର ନିଶ୍ୱାସ ବନ୍ଦ ହେଇଯାଉଛି ତ ଏହି ରାଶି ଲଡୁ ଆପଣଙ୍କ ପାଇଁ ଖୁବ୍ ଉପାଦେୟ ହେବ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଛୋଟ ଛୋଟ ରୋଗରୁ ମୁକ୍ତି ମିଳିବ । ଫଳରେ ଶରୀରକୁ ଶକ୍ତି ମିଳିଥାଏ ।

(ସୌଜନ୍ୟ- ଏନଡି ଟିଭି )

Comments are closed.