ପିଲାଙ୍କ ଡାଟା ଷ୍ଟୋର କରୁଥିବା ନେଇ TikTok ଉପରେ ଲାଗିଲା ଜରିମାନା, ଦେବାକୁ ପଡିବ ୫.୭ ମିଲିୟନ୍ ଡଲାର 

277

ଭିଡିଓ ଆପ୍ ଟିକ୍ ଟକ୍ ବେଆଇନ୍ ଭାବରେ ୧୩ବର୍ଷରୁ କମ ପିଲାମାନଙ୍କ ଡାଟା ଷ୍ଟୋର କରୁଥିବାରୁ ଖବର ସାମ୍ନାକୁ ଆସିଛି । ଘଟଣାଟି ଆମେରିକାର ବୋଲି ଜଣା ପଡ଼ିଥିବା ବେଳେ ଆମେରିକାର ଫେଡେରାଲ ଟ୍ରେଡ୍ କମିସନ ଟିକ୍ ଟକ୍ ଉପରେ ୫.୭ ମିଲିୟନ ଡଲାରର ଜରିମାନା ଲଗାଇଥିବା ଜଣାପଡ଼ିଛି । ଟିକ୍ ଟକ୍ ବେଆଇନ୍ କାମ କରୁଥିବାରୁ ତା’ ଉପରେ ଜରିମାନା ଲଗାଯାଇଥିବା କହିଛି ଫେଡେରାଲ ଟ୍ରେଡ୍ କମିସନ । ଟିକ୍ ଟକର ବ୍ୟବହାର ଛୋଟ ପିଲାମାନେ କରୁଥିବା ଜାଣି ମଧ୍ୟ ସେମାନଙ୍କ ମାତା-ପିତାଙ୍କ ଅନୁମତି ନନେଇ ଟିକ୍ ଟକ୍ ପିଲାମାନଙ୍କ ଡାଟା ଚୋରି କରିଥିବା ଅଭିଯୋଗ ହୋଇଛି । ୧୩ବର୍ଷରୁ କମ ପିଲମାନଙ୍କ ନାଁ, ଇମେଲ ଠିକଣା ଏବଂ ବ୍ୟକ୍ତଗତ ସୂଚନା ଟିକ୍ ଟକ୍ ଚୋରି କରିଥିବା ନେଇ ବୟାନ ରଖିଛନ୍ତି ଆମେରିକାର ଫେଡେରାଲ ଟ୍ରେଡ୍ କମିସନର ଅଧ୍ୟକ୍ଷ ଜୋ ସିମୋନ୍ସ ।

ସୂଚନା ମୁତାବକ, ଟିକ୍ ଟକ୍ ଆପ୍ ୨୦୧୬ରେ ମୁଜିକାଲି ନାମରେ ଆରମ୍ଭ ହୋଇଥିଲା । କିନ୍ତୁ ପରେ ଏହାର ନାଁ ବଦଳା ଯାଇ  ଟିକ୍ ଟକ୍ ରଖାଯାଇଥିଲା । ୨୦୧୮ରେ ଏହାର ଲୋକପ୍ରିୟତା ସାରା ବିଶ୍ୱରେ ବଢ଼ିବାକୁ ଲାଗିଥିଲା । ବିଶେଷ କରି ଆମେରିକାରେ ଲୋକମାନେ ଏହି ଆପକୁ ଅଧିକ ଡାଉନଲୋଡ କରିଥିବା ଜଣାପଡ଼ିଛି । ଏହି ଆପ୍ ବ୍ୟବହାର କରି କୌଣସି ବୟସର ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲି ୧୫ ସେକେଣ୍ଡର ଭିଡିଓ ତିଆରି କରିପାରିବେ ।