ସୁପ୍ରିମକୋର୍ଟରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା ! ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କଲା ସିବିଆଇ, ୨୦୧୮ ଫେବୃଆରୀରେ ମାମଲା ପରବର୍ତ୍ତୀ ଶୁଣାଣି

39

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା । ସର୍ବୋଚ୍ଚ ନ୍ୟାୟାଳୟରେ  ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର  ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଛି ସିବିଆଇ । ଆଜି ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି ସିବିଆଇ । ତଦନ୍ତକାରୀ ଦଳ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିବା ବେଳେ ୨୦୧୮ ଫେବୃଆରୀରେ ମାମଲା ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ ।
କେବେ ଆଉ କ’ଣ ହୋଇଥିଲା ଇତିିଶ୍ରୀଙ୍କ ସହ ?

 – ୨୦୧୩ ଅକ୍ଟୋବର ୨୭ରେ ଇତିଶ୍ରୀଙ୍କୁ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ

– ଗୁରୁତର ଇତିଶ୍ରୀଙ୍କୁ ପ୍ରଥମେ ରାୟଗଡ଼ା ଓ ପରେ ବିଶାଖାପାଟଣାରେ ଚିକିତ୍ସା କରାଯାଇଥିଲା

– ୨୦୧୩ ନଭେମ୍ବର ୧ରେ ଇତିଶ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା

– ୨୦୧୩ ନଭେମ୍ବର ୨ରେ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦେଇଥିଲେ

– ୨୦୧୪ ମାର୍ଚ୍ଚରେ ସୁପ୍ରିମକୋର୍ଟରେ ପହଂଚିଥିଲା ଇତିଶ୍ରୀ ହତ୍ୟା ମାମାଲା

–  ୭ ଦିନରେ ତଦନ୍ତ ଟିମ୍ ଗଠନ ସହ ୨ମାସରେ ରିପୋର୍ଟ ଦେବାକୁ କହିଥିଲେ କୋର୍ଟ

– ରାଜ୍ୟ ସରକାରଙ୍କୁ ପ୍ରାଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ

– ୨୦୧୫ ଜାନୁଆରୀ ୨୦ରେ ସିବିଆଇକୁ ତଦନ୍ତ ଭାର ଦେଇଥିଲେ ସୁପ୍ରିମକୋର୍ଟ

– ୨୦୧୬ ଏପ୍ରିଲ ୨୬ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡ