ଯାତ୍ରୀଙ୍କ ଜୀବନକୁ ବାଜି ଲଗାଇ ଟିକଟକ୍ କରୁଥିଲା ବସ୍ ଡ୍ରାଇଭର୍ , ଭିଡିଓ ପାଇଁ ଚାଲିଗଲା ଚାକିରୀ ।

242

ଆଜିର ସମୟରେ ଲୋକଙ୍କ ଉପରେ ମଦ ନିଶାଠାରୁ ଅଧିକ ଟିକଟକ୍ ନାମକ ରୋଗର ନିଶା ଚଢିଛି । ସେ ବୁଢା ହେଉ କି ଯୁବା ଚାକିରୀଆ ହେଉ କି ବେକାର ସମସ୍ତେ ଟିକଟକ୍ ମାୟାରେ ବାୟା । ପଞ୍ଜାବରେ ଏବେ ଏମିତି ଏକ ଟିକଟକ୍ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଅମନଜୋତ୍ ସିଂହ ନାମକ ଜଣେ ବସ୍ ଡ୍ରାଇଭର୍ ଟିକଟକ୍ ଭିଡିଓ କରିବା ଚକ୍କରରେ ନିଜ ଚାକିରୀରୁ ବହିଷ୍କାର ହୋଇଛନ୍ତି । ପଞ୍ଜାବର ଏହି ବସ୍ ଡ୍ରାଇଭର୍ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ବସ୍ ଚଲାଉଥିବା ସମୟରେ ଟିକଟକ୍ ଭିଡିଓ ବନାଇବା ଏବେ ଚର୍ଚ୍ଚାରେ ରହିଛି । ଦିଲ୍ଲୀରୁ ଜଳନ୍ଧର ଯିବା ସମୟରେ ଜାତୀୟ ରାଜପଥ ଉପରେ ଡ୍ରାଇଭର ଜଣକ ଏହି ଭିଡିଓ କରିଥିଲେ ।

ଭିଡିଓ କରିବା ପରେ ଡ୍ରାଇଭର୍ ଭିଡିଓକୁ ନିଜ ଟିକଟକ୍ ଆକାଉଣ୍ଟରେ ପକାଇ ପୁଣି ଡିଲିଟ୍ କରିଦେଲେ । ଭିଡିଓ ଡିଲିଟ୍ କରିବା ପୂର୍ବରୁ ବସ୍ ମ୍ୟାନେଜର ଡ୍ରାଇଭର୍ ଙ୍କ ଖାମଖିଆଲପଣର ଭିଡିଓକୁ ଦେଖିସାରିଥିଲେ । ଯାତ୍ରୀମାନଙ୍କ ଜୀବନ ବିପଦରେ ପକାଇ ଏଭଳି ଭିଡିଓ କରିଥିବାରୁ ସେ ଡ୍ରାଇଭରଙ୍କୁ ଚାକିରୀରୁ ବାହାର କରିଦେଇଥିଲେ ।