କନକ ବ୍ୟୁରୋ: ରାତି ପାହିଲେ ନୂଆ ବର୍ଷ । ଆଉ ଯାହାକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନୂଆବର୍ଷ ଅବସରରେ ଯେପରି କୌଣସି ଅଘଟଣ ନଘଟେ ସେନେଇ ସଜାଗ ରହିଛି ଦିଲ୍ଲୀ ପୁଲିସ । ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା କଡାକଡି କରାଯାଇଛି ।

କେବଳ ଦିଲ୍ଲୀ ପୁଲିସ ନୁହଁ, ପାରାମିଲିଟ୍ରି ଫୋର୍ସ ସହ ୩୫ କମ୍ପାନୀ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି । ସେହିପରି ସିସିଟିଭି ସହାୟତାରେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ତନ୍ନ ତନ୍ନ କରି ସିସିଟିଭି ଫୁଟେଜ ଯାଂଚ୍ କରାଯାଉଛି ।