ଟାଇଟ୍ ଜିନ୍ସ ପିନ୍ଧିବାର ସଉକ୍ ରଖୁଛନ୍ତି ଯଦି ହୋଇଯାଆନ୍ତୁ ସାବଧାନ : ହୋଇପାରେ ଏହି ଘାତକ ରୋଗ, ଜାଣନ୍ତୁ କ’ଣ

55

ଆଜିର ଆଧୁନିକ ଯୁଗରେ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିବା ଏକ ସାଧାରଣ କଥା । ଯଦି ଜିନ୍ସର କଥା ହେବା ତେବେ ଏମିତି କେହି ନଥିବେ, ଯିଏ ଜିନ୍ସ ପିନ୍ଧୁନଥିବ । ବିଶେଷ କରି ଝିଅ ପିଲାଙ୍କ ଆଲମାରିରେ କିଛି ଥାଉ କି ନଥାଉ ଜିନ୍ସ ନିଶ୍ଚୟ ଥିବ । ଆପଣ ଏହା ବି ଦେଖିଥିବେ ଯେ ଅଧିକାଂଶ ଝିଅ ଟାଇଟ୍ ଜିନ୍ସ ପିନ୍ଧିବା ପସନ୍ଦ କରନ୍ତି । ଏହା ଅବଶ୍ୟ ଏତେ ଆରାମ ଦାୟକ ହୋଇ ନଥାଏ । କିନ୍ତୁ ଏହା ଫେଶନ୍ ରେ ଯାଉଥିବାରୁ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି ।

ସୂଚନା ମୁତାବକ, ଅଷ୍ଟ୍ରେଲିଆର ମହିଳା ଏକ ସମୟରେ ବହୁତ ଟାଇଟ୍ ଜିନ୍ସ ପିନ୍ଧୁଥିଲେ, ଯାହା କାରଣରୁ ତାଙ୍କ ଗୋଡରେ ରକ୍ତ ପ୍ରବାହ ବନ୍ଦ ହୋଇଯାଉଥିଲା ଏବଂ ସେମାନେ ବେହୋସ୍ ହୋଇଯାଉଥିଲେ । ଏହି ସମସ୍ୟା ଆଜି ବି ସେଠାକାର ମହିଳାଙ୍କ ଠାରେ ଦେଖିବାକୁ ମିଳେ ।

ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଜଙ୍ଘର ସ୍ନାୟୁ ଗୁଡିକ ଦବିଯାଏ, ଯଦ୍ୱାରା ଗୋଡକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ । ଏହା ଦ୍ୱାରା ଆପଣଙ୍କ ଠାରେ ଝିମଝିମ୍ ହେବା ବା ଅନୁଭୂତି ଶୂନ୍ୟ ହେବା ଭଳି ଅସୁବିଧା ହୁଏ ।

ଯଦି ଆପଣଙ୍କୁ ଏମିତି କାମ ମିଳିଛି, ଯେଉଁଠି ଦିନସାରା ଛିଡା ହେବାକୁ ପଡେ । ତେବେ ଆପଣଙ୍କ ଗୋଡରେ ବହୁତ ଯନ୍ତ୍ରଣା ଏବଂ ଦୁର୍ବଳତା ଭଳି ସମସ୍ୟାର ସାମନା କରିବାକୁ ପଡିପାରେ । ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଅଧିକ ସମୟ ଛିଡା ହେବାର କ୍ଷମତା କମିଯାଏ । ଏହା ଦ୍ୱାରା ଅଭ୍ୟନ୍ତରୀଣ ସହିତ ବାହାର ଶରୀରରେ ବି ସମସ୍ୟା ହୋଇଥାଏ । ବାହାରୀ ସମସ୍ୟା ଅର୍ଥ ଟାଇଟ୍ ଜିନ୍ସ ଆପଣଙ୍କ ଜଙ୍ଘର ତ୍ୱଚାକୁ କ୍ଷତି ପହଂଚାଇପାରେ ।

ଏହା କେବଳ ମହିଳାଙ୍କ ଠାରେ ସମସ୍ୟା ସୃଷ୍ଟି କରେ ଏହା ନୁହେଁ । ପୁରୁଷଙ୍କ ଠାରେ ଟାଇଟ୍ ଜିନ୍ସ ଜନିତ ସମସ୍ୟା ଦେଖାଯାଏ । ମହିଳାଙ୍କ ମୁକାବିଲାରେ ପୁରୁଷଙ୍କ ଠାରେ ଅଧିକ ଘାତକ କ୍ଷତି ପହଂଚାଇପାରେ । ଟାଇଟ୍ ଜିନ୍ସ କାରଣରୁ ପୁରୁଷଙ୍କ ଅଣ୍ଡକୋଷରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ । ଯଦ୍ୱାରା ତାଙ୍କର ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିପାରେ ।