କାହିଁକି ଭାଇଜାନଙ୍କ ସୋ’ରେ କାନ୍ଦି ପକାଇଲେ କ୍ୟାଟ୍ରିନା ?

86

ସଲମାନ ଏବଂ କ୍ୟାଟ୍ରିନାଙ୍କ କେମେଷ୍ଟ୍ରିକୁ କିଏ ବା ଭଲ ନପାଏ । ଏହି ଦୁଇ ଯୋଡ଼ିଙ୍କ କେମେଷ୍ଟ୍ରିକୁ ଦେଖିବାପାଇଁ ଦର୍ଶକ ଖୁବ ଆଗ୍ରହର ସହିତ ଚାହିଁ ରହିଥାନ୍ତି । ତେବେ ସେ ବଡ଼ ପରଦାରେ ହେଉ କିମ୍ବା କୌଣସି ପ୍ରକାରର ରିୟାଲିଟି ଶୋ’ ହେଉ । ଦୁଇଜଣଙ୍କୁ ଦେଖିବାପରେ ସେମାନଙ୍କ ଭିତରେ ଥିବା ଜବରଦସ୍ତ କେମେଷ୍ଟ୍ରି ଆଖିସାମ୍ନାକୁ ଆସିଯାଇଥାଏ । ବାସ୍ତବରେ ବିଗବସରେ ‘ଟାଇଗର ଜିନ୍ଦା ହୈ’ରେ ଜୋୟା ଏବଂ ଟାଇଗରଙ୍କର ଜବରଦସ୍ତ ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

କିନ୍ତୁ ଫିଲ୍ମ ହେଉ କିମ୍ବା ରିଅଲ ଲାଇଫ ସଲମାନ କେବେ ମଧ୍ୟ କ୍ୟାଟ୍ରିନାଙ୍କୁ କାନ୍ଦିବାକୁ ଦିଅନ୍ତି ନାହିଁ । ଠିକ୍ ସେହିଭଳି ଏକ ଘଟଣା ନଜର ଆସିଥିଲା ବିଗବସର ‘ୱିକେଣ୍ଡ କା ବାର’ରେ । ଫିଲ୍ମର ପ୍ରମୋଶନ ସମୟରେ କ୍ୟାଟ୍ରିନା ହଠାତ କାନ୍ଦି ପକାଇଥିଲେ ଏବଂ ଏକ ଭିନ୍ନ ଅନ୍ଦାଜରେ ସଲମାନ ତାଙ୍କୁ ହସାଇ ଦେଇଥିଲେ ।

କ୍ୟାଟ୍ରିନା ଏବଂ ସଲମାନଙ୍କ ଅଭିନୀତ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ତେଣୁ ସେମାନେ ନିଜ ଫିଲ୍ମ ପ୍ରମୋଶନରେ ଖୁବ ବ୍ୟସ୍ତ ଥିବା ନଜର ଆସିଛନ୍ତି । ତେବେ ବିଗବସର ‘ୱିକେଣ୍ଡ କା ବାର’ରେ ଜଣେ ପ୍ରତିଯୋଗୀ ‘ତେରେ ନାମ’ ଗୀତରେ ନାଚ କରିଥିଲେ ଯାହାକୁ ଦେଖି କ୍ୟାଟିନା ଭାବବିହ୍ୱଳ ହୋଇଯିବା ସହିତ କାନ୍ଦି ପକାଇଥିଲେ । ଯେଉଁଥି ପାଇଁ ଶୋ’କୁ ୧୦ ମିନିଟ୍ ପାଇଁ ବନ୍ଦ କରିବାକୁ ପଡ଼ିଥିଲା । ଏହାପରେ ସମସ୍ତେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ କେହି ମଧ୍ୟ ସଫଳ ହୋଇ ପାରିନଥିଲେ । କିନ୍ତୁ ସଲମାନ ତାଙ୍କ ଫିଲ୍ମ ‘ସୁଲତାନ’ର ଜଗ ଘୁମେୟା ଗୀତର କିଛି ଷ୍ଟେପ କରି କ୍ୟାଟ୍ରିନାଙ୍କ ମୁହଁରେ ହସ ଫେରାଇ ଆଣିଥିଲେ । ଯାହାକି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।