ଦାଦନରୁ ବଲିଉଡ୍

40

ଟାଇଗରଙ୍କ ଓଡିଆ କୋଚ୍ । କଥାଟା ଯେତିକି ଆଶ୍ଚର୍ଯ୍ୟକର ସେତିକି ପ୍ରେରଣାଦାୟୀ । ଗଂଜାମ ଜିଲ୍ଲାର ଜଣେ ଯୁବକ ବଲିଉଡ୍ ଷ୍ଟାର ଟାଇଗର୍ ଶ୍ରଫଙ୍କ ପର୍ସନାଲ୍ ଡ୍ୟାନ୍ସ ଓ ଜିମ୍ନାଷ୍ଟିକ୍ କୋଚ୍ ସାଜିଛନ୍ତି । ଗତ ସପ୍ତାହରେ ରିଲିଜ ହୋଇଥିବା ବାଗି ଫିଲ୍ମରେ ବି ସେ ରହିଛନ୍ତି ଟାଇଗରଙ୍କ ପାଖେ ପାଖେ । ଆନାଥାଶ୍ରମରୁ ମାୟାନଗରୀରେ କେମିତି ପହଂଚିଲେ ଏହି ଗରିବ ଯୁବକ । କେମିତି ସାଜିଲେ ଟାଇଗରଙ୍କ କୋଚ୍ ।

Bikram _ dinnerଓଡିଶାରୁ ମୁମ୍ବାଇ ଭାୟା ସୁରତ୍ । ପେଟପାଟଣା ଦାଉରେ ଦିନେ ଘରଦ୍ୱାର ଛାଡି ଦାଦନ ସାଜିଥିଲେ ବିକ୍ରମ୍ । ମୁମ୍ବାଇରେ ଘର ଘର ବୁଲି କାର୍ ସଫା କରୁଥିଲେ । ସମୟ ମିଳିଲେ ଚାଲି ଯାଉଥିଲେ ଜୁହୁ ବିଚ୍ । ଆଉ ଏହି ସମୟରେ ସାମ୍ନା ସାମ୍ନି ହୁଅନ୍ତି ଟାଇଗର୍ ଶ୍ରଫଙ୍କ ସହ । ବିକ୍ରମଙ୍କ ଜିମ୍ନାଷ୍ଟିକ୍ ଷ୍ଟାଇଲ୍ ତାଙ୍କୁ ଖୁବ୍ ପ୍ରଭାବିତ କରେ । ଆଉ ତାପରେ ଏ ଗରିବ ପିଲାକୁ ଟାଇଗର ବନାନ୍ତି ନିଜ ଦୋସ୍ତ ।କେତେବେଳେ ବିକ୍ରମ୍ ଜୁନିୟର ଶ୍ରଫଙ୍କ ସହ ସହ ଡିନର୍ କରନ୍ତି କେତେବେଳେ ସୁଇମିଂ । ଟାଇଗର୍ ତାଙ୍କ ବସ୍ ନୁହନ୍ତି ଫେଣ୍ଡ୍  ।

bikram with other actorsକେବଳ ଟାଇଗର୍ ନୁହନ୍ତି, ବଲିଉଡର ଅଧିକାଂଶ ଜଣାଶୁଣା ଷ୍ଟାରଙ୍କ ଗହଣରେ ଅଛନ୍ତି ବିକ୍ରମ୍ । ଦିନେ ମୁମ୍ବାଇରେ ବଡବଡିଆଙ୍କ କାର ସଫା କରୁଥିବା ଓଡିଶାର ବିକ୍ରମ୍ ଏବେ ବଲିଉଡରେ ଚିହ୍ନା ଚେହେରା । ଦିନେ ଗରିବିରୁ ମୁକ୍ତି ପାଇବାକୁ ଘର ଛାଡିଥିବା ବିକ୍ରମଙ୍କ ପାଇଁ ଭାଗ୍ୟ ଖୋଲି ଦେଇଥିଲା ବଲିଉଡର ଦ୍ୱାର ।

ମାୟାନଗରୀ ମୁମ୍ବାଇ । ଏ ଭିଡ ଭିତରେ ହଜି ଯାଇଛି ଅନେକଙ୍କ ସ୍ୱପ୍ନ । ହେଲେ ବିକ୍ରମଙ୍କ କାହାଣୀ କିନ୍ତୁ ପୁରା ଭିନ୍ନ । ଏଠି ବଲିଉଡ୍ ତାଙ୍କ ସହ ବାନ୍ଧିଛି ବନ୍ଧୁତା । ଆଉ ଦେଇଛି ନୂଆ ଜୀବନ ।